ଭବାନୀପାଟଣା,୫।୯(କିଶନ ଶର୍ମା):ସ୍ଥାନୀୟ ଜୟ ପ୍ରକାଶ ସାନ୍ଧ୍ୟ ଡିଗ୍ରୀ ମହାବିଦ୍ୟାଳୟରେ ଶିକ୍ଷା ବର୍ଷ ୨୦୨୬-୨୭ ବିଶେଷାଙ୍କରେ ଏକ ସ୍ୱତନ୍ତ୍ର ବୃକ୍ଷରୋପଣ କାର୍ଯ୍ୟକ୍ରମ ଉଚ୍ଚ ଶିକ୍ଷା ବିଭାଗ ଓଡ଼ିଶା ସରକାରଙ୍କ ଜାୟୀୟ ସେବା ଯୋଜନା ପକ୍ଷରୁ ଆୟୋଜନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସର୍ବମୋଟ ୫୦ ଗୋଟି ଫଳ ଚାରା ଯଥା- ଆମ୍ବ ଓ ପଣସ ଜାତୀୟ ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ରୋପଣ କରାଯାଇଥିଲା। ଅଧ୍ୟକ୍ଷ ପରମେଶ୍ୱର ମୁଣ୍ଡ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିବା ବେଳେ ଜାତୀୟ ସେରବା ଯୋଜନା ଅଧିକାରୀ ପ୍ରତାପ ଚନ୍ଦ୍ର ଦାଶ ରୋପଣ କାର୍ଯ୍ୟକ୍ରମର ତଦାରଖ କରିଥିଲେ। ଏହି ମହାନ କାର୍ଯ୍ୟକ୍ରମରେ ଅଧ୍ୟାପକ ଶୁଭେନ୍ଦୁ କୁମାର ପାଢୀ, ସୁଶାନ୍ତ କୁମାର ଦାଶ, ଅନୁକୁଲ ସାହାଣି, ଫାଲଗୁନି ପ୍ରଧାନୀ, ପୁରୀତ ରଣା, ମନ୍ଦାକିନୀ ପ୍ରଧାନ, ମହିମା ଖାତୁନ, କେଶନୀ ପାୟଲ ମହାନନ୍ଦ, ନାଜନିନ ସୁଲତାନା, ମାନସ ରଞ୍ଜନ ଠାକୁର, ଦୀନବନ୍ଧୁ ନାଗ, ସୁନିଲ କୁମାର ଗହିର, ଚୈବନ ହଂସ ଓ ମହାବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।

