ଫୁଲବାଣୀ,୧୭।୦୮(ସୁନୀଲ ପଟ୍ଟନାୟକ):ଟ୍ରାକ୍ଟର ଓ ବାଇକ୍ ମଧ୍ୟରେ ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଙ୍କ ମୃତ୍ୟୁ ଘଟିବା ସହ ବାଇକ୍ ରେ ବସିଥିବା ଅନ୍ୟ ଜଣେ ଗୁରୁତର ଆହତ ହେଇଥିବା ଜଣାପଡିଛି l କନ୍ଧ ମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତକଇଁଝର ସଙ୍କରା ଖୋଲ ନିକଟ ସାନଜା ଜାର୍ଗୀଠାରେ ଏକ ବାଇକ ସହ ଟ୍ରାକ୍ଟର ର ମୁହାଁ ମୁହିଁ ଧକ୍କା ହେବା ଯୋଗୁଁ ଘଟଣା ସ୍ଥଳରେ ବାଇକ ଚାଳକର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛି! ମୃତକ ହେଲେ କଇଁଝର ଗ୍ରାମର ମନୋହର ପ୍ରଧାନ (୨୦) ବର୍ଷ ଓ ଗୁରୁତର ଜଣକ ହେଲେ କିରଣ କଂହର ୨୧ ବର୍ଷ! ବାଇକ ଚାଳକ ନିଜ ଗ୍ରାମ କଇଁଝର ରୁ ଶଙ୍କରାଖୋଲ ଯିବା ବାଟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା! ଦୁର୍ଘଟଣା ଏତେ ତୀବ୍ର ଥିଲା ଜେ ବାଇକଚାଳକର ଗୋଡ଼ ଛିଣ୍ଡି ଯାଇଥିଲା ପୋଲିସ ଶବ ଜବତ କରି ଫୁଲବାଣୀକୁ ପୋଷ୍ଟ ମାର୍ଟମ ପାଈଁ ପଠାଇଛି! ଟ୍ରାକ୍ଟର ଓ ବାଇକ୍ କୁ ଜବତ କରିଛିଟିକାବାଲି ପୋଲିସ!

