ଫୁଲବାଣୀ -୧୯/୦୩ (ସୁନୀଲ ପଟ୍ଟନାୟକ) ବର୍ଷେ କି ଦୁଇବର୍ଷ ନୁହେଁ ଗଲା ୩/୪ବର୍ଷ ହେଲା ବର୍ଷା ପବନ ରେ ଟ୍ରଂସ୍ ଫାର୍ମର ପୋ ଡିଗଲା ହେଲେ ଏ ନେଇ ଗ୍ରାମବାସୀ ବହୁବାର ଟି ପି ଏସ ଓ ଡି ଏଲ୍ ଅଧିକାରୀ ଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ମରlମତି ନ କରି ଚୁପ ବସିଛି ଟି ପି ଏସ ଓ ଡି ଏଲ. ଫଳରେ ପିଲାଙ୍କ ପାଠପଢ଼ା, ମୋବାଇଲ୍ ଚାର୍ଜ, ଇଣ୍ଟେ ର ନେଟ,ସହ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି l ଏଭଳି ଅଭିଯୋଗ ଆସିଛି ଫିରିଙ୍ଗିଆ ବ୍ଲକ ଅନ୍ତର୍ଗତ ପାଂଗା ଉପର ସାହି, ବୃଦିପଡ଼ା, କାଲl ଡି ଆଦି ବିଭିନ୍ନ ଗ୍ରାମର ଲୋକମାନେ l ଏଣୁ ତୁରନ୍ତ ମରମତି ନ କରାଗଲେ ଆଗlମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମର ନରେଶ ଦିଗାଲ୍, ଶୋନ୍ତୋଷ କହଁର, ଶ୍ରୀରାମ କହଁର, ଜିତେନ୍ଦ୍ର କହଁର, ମୋନୋଜ୍ ଦିଗାଲ, ପଙ୍କଜ କହଁର ପ୍ରମୁଖ ଚେତାବନୀ ଦେଇଛନ୍ତି l

