ବେଗୁନିଆପଡ଼ା,୨୧।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ ଅନ୍ତର୍ଗତ କୁମ୍ଭାରଗାଁ ପଞ୍ଚାୟତର ତାଳଗାଁ ଠାରୁ କେନାଲ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଏବେ ଶୋଚନୀୟ । ରାସ୍ତାସାରା ଛୋଟବଡ଼ ଖାଲ ଖମା ଯାତାୟାତରେ ସୃଷ୍ଟି ହେଉଛି ସମସ୍ୟା । ବର୍ଷା ହେଲେ ଖାଲରେ ପାଣି ଜମି ରହୁଛି । ରାସ୍ତା ଉପରୁ ପିଚୁ ଉଠି ଗଲାଣି । ଦୈନନ୍ଦିନ ଏହି ରାସ୍ତା ଦେଇ ଶତାଧିକ ଲୋକ ଯିବା ଆସିବା କରନ୍ତି । ଦିନକୁ ଦିନ ରାସ୍ତାର ଅବସ୍ଥା ଖରାପ ହେଉଥିବା ବେଳେ ପ୍ରଶାସନର ନଜର କେବେ ପଡ଼ିବ ବୋଲି ପ୍ରଶ୍ନ ଉଠୁଛି। ଲୋକଙ୍କ ଯାତାୟାତ ଓ ସୁରକ୍ଷା ପ୍ରତି ଏଭଳି ଅବହେଳା କେତେଦିନ ଚାଲିବ? ରାସ୍ତା ତୁରନ୍ତ ମରାମତି କରିବା ପାଇଁ ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଛି ।

