ପାତ୍ରପୁର,୦୧/୦୭(ଗୌରାଙ୍ଗ ପ୍ରଧାନ):ଜରଡା ଥାନା ପରିସରରେ ବୁଧବାର ନିଶାମୁକ୍ତ ଓଡ଼ିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜରଡା ଥାନା ଅଧିକାରିଣୀ ମୀନାକ୍ଷୀ ଦଳବେହେରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିଶା ନିବାରଣ ସଚେତନ ବାର୍ତ୍ତା ପ୍ରଦାନ 56ଫକରଯାଇଥିବା ବେଳେ ଉପସ୍ଥିତ ଜନ ସାଧାରଣ ଙ୍କୁ ନିଶାମୁକ୍ତ ସମାଜ ଗଠନ ପାଇଁ ଶପଥ ଗ୍ରହଣ କରାଯାଇଥିଲା। ନାଏବ ସରପଞ୍ଚ ମାଧବ ବାଡତ୍ୟା, ଏସ୍.ଆଇ. ଦୁର୍ଯ୍ୟୋଧନ ନାୟକ , କୃଷ୍ଣ ଚନ୍ଦ୍ର ଭୂୟାଁ, ଏସ୍ କେ ପ୍ରଧାନ, ଏସ୍ କେ ଦାସଙ୍କ ସମେତ ଥାନାର ଅନ୍ୟାନ୍ୟ ପୁଲିସ କର୍ମଚାରୀ ଓ ସୀମାନ୍ତ ସାମ୍ବାଦିକ ସଂଘର ସଭାପତି ନୀଳାଞ୍ଚଳ ପଟ୍ଟନାୟକ, ଉପ ସଭାପତି ସନ୍ତୋଷ ମହାପାତ୍ର , ଉପଡଦେଷ୍ଟା ରାଜ ଗୋପାଳ ପାଢ଼ୀ, ସହ ସମ୍ପାଦକ ବଦ୍ରୀ ନାରାୟଣ ରଣା , ଆଲୁ ଜୟ ପ୍ରକାଶ, ରାଜେଶ୍ ସେଠୀ ସାମ୍ୱାଦିକ ସନ୍ତୋଷ କୁମାର ପ୍ରଧାନ, ହରି ସେଠୀ ପ୍ରମୁଖ ଉପସ୍ଥିତ ରହି ନିଶାଦ୍ରବ୍ୟ ସେବନ ବିରୋଧରେ ସଚେତନତା ସୃଷ୍ଟି କରିବା ସହ ନିଶାମୁକ୍ତ ରାଜ୍ୟ ଗଠନରେ ସହଯୋଗ କରିବାକୁ ସଂକଳ୍ପ ପାଠ କରିଥିଲେ।ଥାନା ଅଧିକାରିଣୀ ମିନାକ୍ଷୀ ଦଳବେହେରା ଧନ୍ୟବାଦ ଜ୍ଞାପନ ପୂର୍ବକ ନିଶା ଦ୍ରବ୍ୟ ଠାରୁ ଦୂରେଇ ରହିବା ପାଇଁ ଯୁବ ଗୋଷ୍ଠୀ ଙ୍କୁ ପରାମର୍ଶ ଦେଇଥିଲେ।

