ଭଞ୍ଜନଗର,୨୯/୩ :ଭଞ୍ଜନଗର ବ୍ଲକ ଅଧୀନ ତୁରୁମୁ ଗ୍ରାମ ପଞ୍ଚାୟତର ନୂଆଁ ତୁରୁମୁ ଗ୍ରାମ ଠାରେ ମାଆ ଠାକୁରାଣୀ ଯାତ୍ରା ଓ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି। ପ୍ରତି ଦୁଇ ବର୍ଷରେ ଥରେ ଗ୍ରାମବାସୀ ଗ୍ରାମର ଦୁଇ ପ୍ରାନ୍ତରେ ଥିବା ମାଆ ଠାକୁରାଣୀ ଓ ଗ୍ରାମ ଦେବତୀଙ୍କୁ ବରଣ କରି ଗ୍ରାମ ମଝିରେ ଅସ୍ଥାୟୀ ମନ୍ଦିର ସ୍ଥାପନ କରି ରଖନ୍ତି ଓ ପ୍ରତିଦିନ ଗ୍ରାମର ଦୁଇ ଘର ଗୋଟିଏ ପ୍ରାନ୍ତରୁ ଆରମ୍ଭ କରି ପାଳି ଅନୁସାରେ ଅନ୍ନଭୋଗ ଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ଦିଅନ୍ତି। ଦୀର୍ଘ ଏକ ମାସରୁ ଅଧିକ ଦିନ ହେବ ଗ୍ରାମରେ ଭୋଜି ଭାତର ଆସର ହୁଏ ଓ ଗ୍ରାମରେ ଆନନ୍ଦ ଉଲ୍ଲାସ ଖେଳିଯାଏ । ନୂଆଁ ତୁରୁମୁ ଗ୍ରାମରେ ଏହି ପରମ୍ପରା ଦୀର୍ଘ ୧୦୦ ବର୍ଷରୁ ଅଧିକ ଦିନ ହେବ ଚାଲି ଆସୁଛି ବୋଲି ବିଭିନ୍ନ ବୁଦ୍ଧିଜୀବି ମତ ଦେଇଛନ୍ତି। ଲୋକଙ୍କ ବ୍ୟସ୍ତତା ଭିତରେ ଗାଁ ଗହଳିର ବିଭିନ୍ନ ପରମ୍ପରା ଲୋକଙ୍କ ମନରୁ ଲିଭି ଆସୁଥିବା ବେଳେ ନୂଆଁ ତୁରୁମୁ ଗ୍ରାମବାସି ଏଭଳି ପରମ୍ପରାକୁ ବଜାଇ ରଖିଛନ୍ତି। ଯାହାକି ଆଖପାଖ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ବର୍ଷ ଏହି ଠାକୁରାଣୀ ଯାତ୍ରାର ଶେଷରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଗ୍ରାମ ବାସି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ କରିଥିଲେ। ଏଥିରେ ନାମ ସଂକୀର୍ତ୍ତନ ମଣ୍ଡଳୀ ଖମାରପଲ୍ଲୀ, ତୁଳସୀପଲ୍ଲୀ, ହରଡ଼ାପଦର, ଭୁକ୍ତାଭୂମି, ଧୋଡାପଲ୍ଲୀ ଅଂଶ ଗ୍ରହଣ କରିଥିବାରୁ ସେହି ଦଳ ଗୁଡିକୁ ଗ୍ରାମବାସୀ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷର ଏହି ଯାତ୍ରା ସୁଚାର ରୂପେ ସମ୍ପାଦନ ହୋଇ ଥିବାରୁ ଗ୍ରାମକମିଟି ନାମଯଜ୍ଞ ପରିଚାଳନା କମିଟି ବିଭିନ୍ନ ସହ ଯୋଗକାରିଙ୍କୁ ସାଧୁବାଦ ଜଣାଇଛନ୍ତି।
[3/29, 9:10 PM] Nilu Bisoyi NewsXtra: ନୂଆଁ ତୁରୁମୁ ଗ୍ରାମରେ ଠାକୁରାଣୀ ଯାତ୍ରା ଓ ଚବିଶ ପ୍ରହର ନାମ ଯଜ୍ଞ
ଭଞ୍ଜନଗର,୨୯/୩:(ନିଲୁ ବିଷୋୟୀ) :ଭଞ୍ଜନଗର ବ୍ଲକ ଅଧୀନ ତୁରୁମୁ ଗ୍ରାମ ପଞ୍ଚାୟତର ନୂଆଁ ତୁରୁମୁ ଗ୍ରାମ ଠାରେ ମାଆ ଠାକୁରାଣୀ ଯାତ୍ରା ଓ ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଛି। ପ୍ରତି ଦୁଇ ବର୍ଷରେ ଥରେ ଗ୍ରାମବାସୀ ଗ୍ରାମର ଦୁଇ ପ୍ରାନ୍ତରେ ଥିବା ମାଆ ଠାକୁରାଣୀ ଓ ଗ୍ରାମ ଦେବତୀଙ୍କୁ ବରଣ କରି ଗ୍ରାମ ମଝିରେ ଅସ୍ଥାୟୀ ମନ୍ଦିର ସ୍ଥାପନ କରି ରଖନ୍ତି ଓ ପ୍ରତିଦିନ ଗ୍ରାମର ଦୁଇ ଘର ଗୋଟିଏ ପ୍ରାନ୍ତରୁ ଆରମ୍ଭ କରି ପାଳି ଅନୁସାରେ ଅନ୍ନଭୋଗ ଦେଇ ଗ୍ରାମବାସୀଙ୍କୁ ବିଭିନ୍ନ ବ୍ୟଞ୍ଜନ ଖାଇବାକୁ ଦିଅନ୍ତି। ଦୀର୍ଘ ଏକ ମାସରୁ ଅଧିକ ଦିନ ହେବ ଗ୍ରାମରେ ଭୋଜି ଭାତର ଆସର ହୁଏ ଓ ଗ୍ରାମରେ ଆନନ୍ଦ ଉଲ୍ଲାସ ଖେଳିଯାଏ । ନୂଆଁ ତୁରୁମୁ ଗ୍ରାମରେ ଏହି ପରମ୍ପରା ଦୀର୍ଘ ୧୦୦ ବର୍ଷରୁ ଅଧିକ ଦିନ ହେବ ଚାଲି ଆସୁଛି ବୋଲି ବିଭିନ୍ନ ବୁଦ୍ଧିଜୀବି ମତ ଦେଇଛନ୍ତି। ଲୋକଙ୍କ ବ୍ୟସ୍ତତା ଭିତରେ ଗାଁ ଗହଳିର ବିଭିନ୍ନ ପରମ୍ପରା ଲୋକଙ୍କ ମନରୁ ଲିଭି ଆସୁଥିବା ବେଳେ ନୂଆଁ ତୁରୁମୁ ଗ୍ରାମବାସି ଏଭଳି ପରମ୍ପରାକୁ ବଜାଇ ରଖିଛନ୍ତି। ଯାହାକି ଆଖପାଖ ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ଚଳିତ ବର୍ଷ ଏହି ଠାକୁରାଣୀ ଯାତ୍ରାର ଶେଷରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଗ୍ରାମ ବାସି ଚବିଶ ପ୍ରହର ଅଖଣ୍ଡ ନାମଯଜ୍ଞ, ଅନ୍ନଯଜ୍ଞ, ଘୃତଯଜ୍ଞ କରିଥିଲେ। ଏଥିରେ ନାମ ସଂକୀର୍ତ୍ତନ ମଣ୍ଡଳୀ ଖମାରପଲ୍ଲୀ, ତୁଳସୀପଲ୍ଲୀ, ହରଡ଼ାପଦର, ଭୁକ୍ତାଭୂମି, ଧୋଡାପଲ୍ଲୀ ଅଂଶ ଗ୍ରହଣ କରିଥିବାରୁ ସେହି ଦଳ ଗୁଡିକୁ ଗ୍ରାମବାସୀ ତରଫରୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତ ବର୍ଷର ଏହି ଯାତ୍ରା ସୁଚାର ରୂପେ ସମ୍ପାଦନ ହୋଇ ଥିବାରୁ ଗ୍ରାମକମିଟି ନାମଯଜ୍ଞ ପରିଚାଳନା କମିଟି ବିଭିନ୍ନ ସହ ଯୋଗକାରିଙ୍କୁ ସାଧୁବାଦ ଜଣାଇଛନ୍ତି।

