କଳାହାଣ୍ଡି,୧୨।୮(କିଶନ ଶର୍ମା):ପିଏମ ଶ୍ରୀ ଦଧିବାମନ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ, ଦାଦପୁର ର NCC ଅଧିକାରୀ ତଥା ପ୍ରକୃତି ବନ୍ଧୁ ପୁରସ୍କାର ପ୍ରାପ୍ତ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ପ୍ରସାଦ କାନୁନଗୋ ମହୋଦୟ ଙ୍କ ଆହ୍ଵାନ ରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, କର୍ମକର୍ତ୍ତା, SMC ସଦସ୍ୟ **HAR GHAR TIRANGA ** ଅଭିଯାନ ରେ ଯୋଗଦାନ ପୂର୍ବକ ବିଦ୍ୟାଳୟ ପରିସରରୁ ସମଗ୍ର ନଗର ପରିକ୍ରମା କରିଥିଲେ। ହାତରେ ତିରଂଗା ପତାକା ଧରି ଜୟ ହିନ୍ଦ ,ଭରତ ମାତା କି ଜୟ, ବନ୍ଦେ ମାତରମ୍ ନାରା ରେ ସମଗ୍ର ଗ୍ରାମ କୁ ମାତୃ ଭୂମି ମାତୃପ୍ରେମ ର ପରିଚୟ ଦେଲେ। ମନେ ପକାଇ ଦେଲେ ସ୍ଵାଧୀନତା ସଂଗ୍ରାମ ର ଦିବସ। ଇକୋ କ୍ଲବ ଦାୟିତ୍ଵ ରେ ଥିବା ଶିକ୍ଷକ ଶ୍ରୀଯୁକ୍ତ ବଳରାମ ସାହୁ ସମସ୍ତଙ୍କୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ବର୍ଣ୍ଣନା କରି ଥିଲେ ,PET ଶିକ୍ଷକ ଶ୍ରୀ କୁଶ ଦେବ ଆଡଯୁଆଡ ସମଗ୍ର କାର୍ଯ୍ୟକ୍ରମ କୁ ଶାନ୍ତି ଶୃଙ୍ଖଳାର ସହ ପରିଚାଳନା କରିଥିଲେ l ପରିଶେଷରେ ଅଧ୍ୟକ୍ଷ ମହୋଦୟ ଉକ୍ତ କାର୍ଯ୍ୟକ୍ରମର ଭୂରି ପ୍ରସଂଶା କରି ଧନ୍ୟବାଦ ଜ୍ଞାପନ ପୂର୍ବକ କାର୍ଯ୍ୟକ୍ରମ ର ସମାପନ ର ଘୋଷଣା କଲେ।

