କୋଦଳା,୦୧/୦୭(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ବଡ଼ ଖଇର ଖମା ପଂଚାୟତ ପରିସରରେ ଗ୍ରାମ ପଞ୍ଚାୟତ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ସୋମବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାଣି ଅତିରିକ୍ତ ଗୋଷ୍ଠୀ ଉର୍ଣ୍ଣୟନ ଅଧିକାରୀ ନିରଞ୍ଜନ ବେହେରା ,ସରପଞ୍ଚ କାଶୀନାଥ ବେହେରା ,ନାୟବ ସରପଞ୍ଚ ସୁନିତା ସେଠି,ବେଗୁନିଆପଡା ଥାନା ଏ ଏସ ଆଇ ଲଲାଟେନ୍ଦୁ ଶ୍ରୀଚନ୍ଦନ,ଗ୍ରାମ୍ୟ ଉର୍ଣ୍ଣୟନ କନିଷ୍ଟ ଯନ୍ତ୍ରୀ ଦିଲ୍ଲୀପ ବେହେରା, ଖୁଦ୍ର ସଳସେଚନ ଯନ୍ତ୍ରୀ ଶୃତି ରେଖା ନାୟକ,ଯୋଗ ଦେଇଥିଲେ । ବି ଡ଼ି ଓ ଅଭିଯୋଗ ଶୁଣାଣୀ ପାଇଁ ଚିଠି କଲେ ମଧ୍ୟ୍ୟ ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ କେବେ ଯୋଗ ଦେଉନଥିବା ସାଧାରଣ ରେ ଅଭିଯୋଗ ହୋଇଥିଲା ।ଏଥିରେ,ପି ଇ ଓ ଦାମଦର ବେହେରା , କୃଷି ଅଧିକାରୀ ରାମ ଲାଲ ସାମଦ, ମୂର୍ତ୍ତିକା ସଂରକ୍ଷଣ ଅଧିକାରୀ ସୁବାଶିଷ ପାତ୍ର,ପ୍ରାଣୀ ଚିକିଚ୍ଛକ ଜ୍ୟୋତି ପ୍ରଭା ସାହୁ,ଜଳ ଓ ପରିମଳ ଯନ୍ତ୍ରୀ ,ମମତା ପଣ୍ଡା ଯୋଗାଣ ନିରୀକ୍ଷକ ବାଦଲ ବେହେରା , ବି ଏଲ ସି ଦେବରାଜ ବେହେରା, ବି ପି ସି ଚନ୍ଦ୍ର ଶେଖର ବେହେରା ରହି ଅଭିଯୋଗ ଶୁଣାଣୀ କରିଥିଲେ । ମୋଟ 15 ଟି ଅଭିଯୋଗ ଆସିଥିଲା ସେଥି ମଧ୍ୟରୁ ରାସନ କାର୍ଡ 5ଟି ଭତ୍ତା 3ଟି ଅନ୍ୟାନ୍ୟ 7ଟି ଅଭିଯୋଗ ହୋଇଥିଲା।। ସବୁ ଅଭିଯୋଗକୁ ଶୁଣାଣି କରି ନିର୍ଧାରିତ ବିଭାଗକୁ ସମାଧାନ ପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି ବେଗୁନିଆପଡ଼ା ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନିରଞ୍ଜନ ବେହେରା

