ଫୁଲବାଣୀ,୭।୮(ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ପରିବହନ ବିଭାଗ ପକ୍ଷରୁଜିଲ୍ଲାର ବିଭିନ୍ନ ସ୍ଥାନ ରେ ଯାନବାହନ ଯାଞ୍ଚ କଡ଼ା କଡ଼ି କରାଯାଉଛି ଫଳରେ ମଦ୍ୟପ ଗାଡି ଡ଼୍ରାଇଭର, ବିନା କାଗଜ ପତ୍ର ରେ ଗାଡି ମୋଟର ଚଳl ଉ ଥିବା ଡ୍ରାଇଭର ଓ ଦୃତ ଗତିରେ ବାଇକ୍ ଚଳାଉ ଥିବା ଯୁବକ ମାନେ ଭୟଭୀତ ହୋଇ ପଡିଛନ୍ତି l ଦାରିଂ ବାଡ଼ି ରେ ଗତକାଲି ଏମ ଭି ଆଇ ବଟ କୃଷ୍ନ ବିଶ୍ବାଳ ଙ୍କ ନେତୃତ୍ୱରେ ଗାଡି ମୋଟର ଯାଞ୍ଚ୍ କରାଯାଇ ୩୧ ଟି ଚାଲାଣ ରେ ତିନି ଲକ୍ଷ ୪୩ହଜାର ଟଂକା ଜୋରିମାନା ଆଦାୟ ହୋଇଛି l ସେଥି ମଧ୍ୟରୁ ତିନି ଜଣ ଗାଡି ଚାଳକ ମଦ୍ୟ ପାନ କରି ଗାଡି ଚଳାଉଥିବା ପରୀକ୍ଷା ରୁ ଜଣା ପଡ଼ିବା ପରେ ସେମାନଙ୍କ ଡ୍ରାଇଭିଂ ଲାଇସେନ୍ସ ତିନି ମାସ ପାଇଁ ରଦ କରାଯିବା ସହ ପ୍ରତ୍ୟେକ ଙ୍କୁ ଦଶ ହଜାର ଟଙ୍କା ଲେଖାଏଁ ଫାଇନ ମଧ୍ୟ କରଯାଇଛି l କୌଣସି ପରିସ୍ଥିତିରେ ବି ମଦ୍ୟ ପାନ କରି ଗାଡି ଚଳାଉଥିବା ଡ଼୍ରାଇଭର ଙ୍କୁ ଛଡା ଯିବ ନାହିଁ ବୋଲି ଏମ ଭି ଆଇ ବିଶ୍ବାଳ କହିଛନ୍ତି l ଆଗକୁ ପୂଜା ପାର୍ବଣ ଆସୁଥିବାରୁ ଫୁଲବାଣୀ ସହର ସମେତ ଜିଲ୍ଲାବ୍ୟାପୀ ଯାଞ୍ଚ କଡାକଡି କରାଯିବ ବୋଲି ବିଶ୍ବାଳ କହିଛନ୍ତି l

