ଚିକିଟି,୧୮।୯(ନିଗମାନନ୍ଦ ପଣ୍ଡା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମବାର୍ଷିକୀ ଅବସରରେ ଚିକିଟି ବନ ବିଭାଗ ଓ ବନ ସୁରକ୍ଷା ସମିତି ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଚିକିଟି-ଟାମଣା-ବ୍ରହ୍ମପୁର ରାସ୍ତା ମଧ୍ୟଭାଗରେ ଅବସ୍ଥିତ ମା’ ଘାଟି ମା’ଙ୍କ ପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଯୋଗଦେଇ ବୃକ୍ଷରୋପଣ କରିବା ସହିତ ପରିବେଶ ସୁରକ୍ଷା ଓ ଜଙ୍ଗଲ ସଂରକ୍ଷଣର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଦିଗପହଣ୍ଡି ବନ ଉପଖଣ୍ଡ ରେଞ୍ଜ ଅଧିକାରୀ ଦିବ୍ୟରଞ୍ଜନ ସାହୁ, ଫରେଷ୍ଟର କାମନା ଭୂୟାଁ, ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ, ସିଆରସିସି ସୁଜିତ କୁମାର ପାଢ଼ୀ, ବନ ସୁରକ୍ଷା ସମିତିର ସଭାପତି ତଥା ବନ ବିଭାଗର କର୍ମଚାରୀ ସୀତାରାମ ବିଶ୍ୱାସରାୟ, ମୁରଲୀଧର ନାୟକ, ଉଷାରାଣୀ ପ୍ରଧାନଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବହୁ ବ୍ୟକ୍ତି ଯୋଗଦେଇଥିଲେ।ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ପରିବେଶ ସୁରକ୍ଷା, ଜଙ୍ଗଲ ସଂରକ୍ଷଣ ଓ ସବୁଜ ପରିବେଶ ସୃଷ୍ଟି ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଥିଲା।

