ଖୋରଧା,୧୦/୬(କେଦାର ନାଥ ସାହୁ): ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଦୀର୍ଘ ନିରାମୟ ଜୀବନ, ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘାୟୁ କାମନା କରି ଖୋରଧା ସହରରେ ଏକ ଭବ୍ୟ ସାମୂହିକ ଦୀପଦାନ ଓ ପ୍ରାର୍ଥନା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭାରତୀୟ ଜନତା ପାର୍ଟି ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପୌର ପରିଷଦ ଅନ୍ତର୍ଗତ ଶ୍ରୀ ଶ୍ରୀ ଲୋକେଶ୍ୱର ଦେବ ଙ୍କ ପୀଠରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶତାଧିକ ମହିଳା, ଯୁବକ, ବୁଦ୍ଧିଜୀବୀ ଓ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇ ଦେଶର ପ୍ରଗତି ଏବଂ ପ୍ରଧାନମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଦେଶର ବିକାଶ, ଗରିବ କଲ୍ୟାଣ, ଆତ୍ମନିର୍ଭର ଭାରତ ଗଠନ ଏବଂ ବିଶ୍ୱ ଦରବାରରେ ଭାରତର ସମ୍ମାନ ବୃଦ୍ଧି କ୍ଷେତ୍ରରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱକୁ ସ୍ମରଣ କରି ଉପସ୍ଥିତ ଲୋକମାନେ ତାଙ୍କର ଦୀର୍ଘାୟୁ ଓ ନିରାମୟ ଜୀବନ ପାଇଁ ଦୀପ ପ୍ରଜ୍ୱଳନ କରିଥିଲେ। ଦୀପଦାନ ମାଧ୍ୟମରେ ରାଷ୍ଟ୍ରର ମଙ୍ଗଳ, ଶାନ୍ତି, ସମୃଦ୍ଧି ଓ ସାମାଜିକ ସଦ୍ଭାବନା ପାଇଁ ମଧ୍ୟ ସମସ୍ତେ ପ୍ରାର୍ଥନା କରିଥିଲେ। କର୍ଯ୍ୟକ୍ରମ ରେ ବକ୍ତାମାନେ କହିଥିଲେ ଯେ, ଗତ ଦୀର୍ଘ ସମୟ ଧରି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସେବାରେ ନିରନ୍ତର ଭାବେ ନିଜକୁ ସମର୍ପିତ କରିଆସୁଛନ୍ତି। ଜନକଲ୍ୟାଣମୂଳକ ଯୋଜନା, ଗରିବ ଓ ବଞ୍ଚିତ ବର୍ଗର ଉନ୍ନତି, ମହିଳା ସଶକ୍ତିକରଣ, କୃଷକ କଲ୍ୟାଣ, ଯୁବଶକ୍ତିର ବିକାଶ ଏବଂ ଦେଶର ଭିତ୍ତିଭୂମି ଢାଞ୍ଚାର ଅଭୂତପୂର୍ବ ଉନ୍ନତି କ୍ଷେତ୍ରରେ ତାଙ୍କ ଅବଦାନ ଅତୁଳନୀୟ। ଏହି କାରଣରୁ ଦେଶବାସୀଙ୍କ ମନରେ ତାଙ୍କ ପ୍ରତି ଗଭୀର ଆସ୍ଥା ଓ ସମ୍ମାନ ରହିଛି।ଏହି ଅବସରରେ ଶତାଧିକ ମହିଳା ଏକାଠି ହୋଇ ଦୀପ ପ୍ରଜ୍ୱଳନ କରିବା ସହିତ ଦେଶର ଉନ୍ନତିର ଧାରା ଅବ୍ୟାହତ ରହୁ ଏବଂ ପ୍ରଧାନମନ୍ତ୍ରୀ ସୁସ୍ଥ ରହି ଆଗାମୀ ଦିନରେ ମଧ୍ୟ ଦେଶସେବାର ମହାନ ଦାୟିତ୍ୱକୁ ସଫଳତାର ସହ ନିର୍ବାହ କରନ୍ତୁ ବୋଲି ଭଗବାନଙ୍କ ନିକଟରେ କାମନା କରିଥିଲେ। ସମଗ୍ର ପରିବେଶ ଭକ୍ତିମୟ ଓ ଆଧ୍ୟାତ୍ମିକ ମାହୋଲରେ ପରିଣତ ହୋଇଥିଲା।କାର୍ଯ୍ୟକ୍ରମରେ ଖୋରଧା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଯୋଗଦେଇ ପ୍ରଧାନମନ୍ତ୍ରୀଙ୍କ ଦୀର୍ଘାୟୁ କାମନା କରିଥିଲେ। ସେହିପରି ନାରୀନେତ୍ରୀ ବାସନ୍ତୀ ମାହାପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ, ଜିଲ୍ଲା ବିଜେପି ଉପସଭାପତି ଦିଲ୍ଲୀପ ହୋତା ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି, ମହିଳା ମୋର୍ଚ୍ଚା, ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଓ ସ୍ଥାନୀୟ ବୁଦ୍ଧିଜୀବୀମାନେ ଉପସ୍ଥିତ ରହିଥିଲେ। ଶେଷରେ ଶେଷରେ ସମସ୍ତେ ଏକାଠି ହୋଇ ଦେଶର ଐକ୍ୟ, ଅଖଣ୍ଡତା ଓ ସମୃଦ୍ଧି ପାଇଁ ପ୍ରାର୍ଥନା କରିଥିଲେ। ଦୀପଦାନ କାର୍ଯ୍ୟକ୍ରମ ମାଧ୍ୟମରେ ରାଷ୍ଟ୍ର ପ୍ରତି ନିଜର ସମର୍ପଣ ଭାବକୁ ପ୍ରକାଶ କରିବା ସହ ପ୍ରଧାନମନ୍ତ୍ରୀଙ୍କ ସୁସ୍ଥ, ସଫଳ ଓ ଦୀର୍ଘ ଜୀବନ ପାଇଁ ସମସ୍ତେ ଶୁଭେଚ୍ଛା ଜଣାଇଥିଲେ। କାର୍ଯ୍ୟକ୍ରମଟି ଭକ୍ତି, ରାଷ୍ଟ୍ରପ୍ରେମ ଓ ଜନସେବାର ବାର୍ତ୍ତା ନେଇ ସଫଳତାର ସହ ସମାପ୍ତ ହୋଇଥିଲା।

