ଖଜୁରୀପଡ଼ା,୧୮।୦୯(ମନୋଜ କୁମାର ବେହେରା):ଆଜି ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଦୁତୀମେଣ୍ଡି ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଙ୍କ ୭୬ତମ ଜନ୍ମ ଦିବସ ପାଳନ ଅବସରରେ ରେ ବିଭିନ୍ନ ସ୍ଥାନରେ ରେ ବୃକ୍ଷ ରୋପଣ କରାଯାଇଛି। ପରିବେଶ ସୁରକ୍ଷାର ସଂକଳ୍ପ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୬ତମ ଶୁଭ ଜନ୍ମଦିନ ଅବସରରେ “ବୃକ୍ଷ ରୋପଣ” ଅଭିଯାନ ଦୁତୀମେଣ୍ଡି ଗ୍ରା.ପ ଅନ୍ତର୍ଗତ ପିଣ୍ଡାବାଡ଼ି ଗ୍ରାମଶ୍ରେଣୀ ପୀଠ, ଉ.ପ୍ରା ବିଦ୍ୟାଳୟ ବୈକୁମ୍ପା, ଏବଂ ଲମ୍ବାଗୁଡ୍ରି ଆଶ୍ରମ ପରିସରରେ ୭୬ ତମ ବୃକ୍ଷଚାରା ରୋପଣ କରାଯାଇଛି ୲ ପୃଥିବୀକୁ ସବୁଜ ସୁନ୍ଦର କରିବା ଏବଂ ଆଗାମୀ ପିଢ଼ିକୁ ଏକ ସୁସ୍ଥ ପରିବେଶ ଦେବା ପାଇଁ ଆଜି ବହୁ ସଂଖ୍ୟାରେ ଚାରା ରୋପଣ କରିଗଲା ।ଗଛଟିଏ ଲଗାଇବା କେବଳ ପ୍ରକୃତିର ସେବା ନୁହେଁ, ବରଂ ମାନବ ଜାତିର କଲ୍ୟାଣ ପାଇଁ ଏକ ଦୃଢ଼ ପଦକ୍ଷେପ ବୋଲି କାଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ କହିଥିଲେ। କାର୍ଯ୍ଯକ୍ରମ ରେ ଅନ୍ୟାନ୍ୟ ଅତିଥି ଭାବେ ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ ଦିଗାଲ, ମଣ୍ଡଳ ସଧାରଣ ସମ୍ପାଦକ ଶ୍ରୀ ଦଶରଥ ସାହୁ, ବଲସକୁମ୍ପା ମଣ୍ଡଳ ସଭାପତି ଶ୍ରୀ ଶ୍ରୀନିବାସ ପ୍ରଧାନ, ଯୁବ ମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର ପ୍ରମୁଖ ଯୋଗଦେଇଥିବା ବେଳେ ଫରେଷ୍ଟ ରେଞ୍ଜର ଶ୍ରୀମତି ଆଶାଲତା ଦିଗାଲ,ବନପାଳ ପ୍ରତାପ ଯୁଣ୍ଡି, ବନରକ୍ଷୀ ସୁନୀତା କହଁର, ମୁବସରା ବେଗମ୍ ବନରକ୍ଷୀ, ପାରା ଗାର୍ଡ ପ୍ରଦୀପ ବେହେରା ପୂର୍ଣ୍ଣ ସେଠୀ, ନନ୍ଦ ସୂତ ବେହେରା, ଆଶ୍ୱିନ ନାୟକ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଜୋଗ କରିଥିଲେ। ଏହାପରେ ସନ୍ଧ୍ୟା ସମୟରେ ରେ ଖଜୁରୀପଡ଼ା ବ୍ଲକ ଅଂଚଳ ର ବିଭିନ୍ନ ଧାର୍ମିକ ଅନୁଷ୍ଠାନ କନ୍ଧମାଳ ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳ ଦେବୀ ମନ୍ଦିର ବଲସକୁମ୍ପା,ଦ୍ୱାରପାଳ ମନ୍ଦିର ସୁଡ୍ରୁକୁମ୍ପା, ଜଗନ୍ନାଥ ମନ୍ଦିର ଦୂତୀପଡ଼ା, ବାବା ସୋମନାଥ ମନ୍ଦିର ,ଦୁର୍ଗା ଦେବୀ ମଣ୍ଡପ ଦୁତୀମେଣ୍ଡି, ଜଗନ୍ନାଥ ମନ୍ଦିର ଖଜୁରୀପଡ଼ା, ଦଳପଡ଼ା ଆଦି ସ୍ଥାନ ମାନଙ୍କରେ ସାମୂହିକ ଭାବରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ ତମ ଜନ୍ମଦିନ ଅବସରରେ ଦୀର୍ଘାୟୁ ଏବଂ ଉତ୍ତମ ସ୍ୱାସ୍ଥ୍ୟ କାମନା ପାଇଁ ଆଜି ‘ଆଶୀର୍ବାଦର ଦୀପ’ ପ୍ରଜ୍ଜଳନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ରେ ବିଭିନ୍ନ ସାମଜିକ ସଂଗଠନ, ଯୁବମୋର୍ଚା ଏବଂ ବିଜେପି ର ବହୁ କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଯୋଗଦେଇଥିଲେ।

