ଫୁଲବାଣୀ,୫/୦୮(ସୁନୀଲ ପଟ୍ଟନାୟକ):ଫିରିଙ୍ଗିଆ ପୋଲିସ କୁ ମିଳିଛି ବଡ ସଫଳତା l କୌଣସି ସୂତ୍ରରୁ ଖବର ପାଇ ଫିରିଙ୍ଗିଆ ପୋଲିସ ଚଢାଉ କରି ୬୦କେଜି ଗଞେଇ ସହ କାର ଓ ଦୁଇ ଅଭିଯୁକ୍ତ କୁ ମଧ୍ୟ ଗିରଫ କରିଛି l ଗିରଫ ଅଭିଯୁକ୍ତ ହେଲେ ବାଙ୍ଗାଲୋର ମାଗାଡି ଗ୍ରାମ ର ଟି. ଶଶାଙ୍କ ଗୌଡ ହୋଇଥିବା ବେଳେ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ବିରିଗାଁ ର ଚିତ୍ତ ରଞ୍ଜନ ଦିଗାଲ ବୋଲି ଜଣା ପଡ଼ିଛି l ଫିରିଙ୍ଗିଆ ଥାନା ଅଧିକାରୀମୁରଲୀ ଧର ସାହୂ ଙ୍କ ନେତୃତ୍ୱ ରେ ପୋଲିସ ଟିମ ଚଢାଉ କରି ତେଲା ପାଲି ଗ୍ରାମ ନିକଟରେ ଧରିଥିଲା l ଥାନା ଅଧିକାରୀ ମୁରଲୀ ଧର ସାହୂ ଙ୍କ ନିଷ୍ଠା ପର ଉଦ୍ୟମ, ଆନ୍ତରିକତା କାର୍ଯ୍ୟ ଦକ୍ଷତା ଯୋଗୁଁ ଦାୟିତ୍ୱ ଗ୍ରହଣ କରିବା ର ମାସ କେଇଟା ମଧ୍ୟରେ ଥାନା ଇଲାକାରେ ସତର୍କ ନଜର ରଖି ଗଞେଇ ମାଫିଆ ଙ୍କୁ ସାବାଡ୍ କରିବା ସହ ଅସାମାଜିକ କାର୍ଯ୍ୟ କଳlପ କୁ ଦୃଢ଼ ହସ୍ତରେ ଦମନ କରିବା ରେ ସଫଳ ହୋଇଛନ୍ତି l ଆଗକୁ ବେ ଆଇନ ଗଞେଇ ଚାଷ ଓ ଚୋରା ଚାଲାଣ ରୋକିବା ପାଇଁ ଉଦ୍ୟମ ଜାରୀ ରହିବ ବୋଲି ଥାନା ଅଧିକାରୀ ସାହୁ କହିଛନ୍ତି l

