ଫୁଲବାଣୀ:ଜନବାଣୀ,୧୯/୦୬ (ସୁନୀଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ର ଦ୍ଵିତୀୟ ବୃହତ୍ ବ୍ଲକ୍ ଭାବେ ଫିରିଙ୍ଗିଆ ବ୍ଲକ ପରିଗଣିତ l ପ୍ରାୟ ୨୪ ପଂଚାୟତ କୁ ନେଇ ଏହି ବ୍ଲକ୍ ଗଠିତ l ଅଧିକାଂଶ ପଂଚାୟତ ଦୁର୍ଗମ ଅଞ୍ଚଳ ରେ ଅବସ୍ଥିତ ଗ୍ରା ମକୁ ରାସ୍ତା ନାହିଁ l ଲୋକେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ତେବେ ବ୍ଲକ୍ ରେ ଥିବା ଅତିରିକ୍ତନିର୍ବାହୀ ଯନ୍ତ୍ରୀ (ଏ ଇ ଈ) ଜୟ ପ୍ରକାଶ ଜେନା ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା କାର୍ଯ୍ୟ ଦକ୍ଷତା ଓ ଆଗ୍ରହ ପ୍ରକାଶ ଯୋଗୁଁ ବ୍ଲକ ଅନ୍ତର୍ଗତ ବାଳନ୍ଦା ପଡା, ପାହିରlଜୁ, କୁଇରି ମlଣ୍ଡୁ, ସଲଗୁଡ଼ା, ପlଙ୍ଗା, ପାଙ୍ଗl ଉପର ସାହି,ଆଦି ଦୁର୍ଗମ ଅଞ୍ଚଳ ରେ ଥିବା ପଂଚାୟତ ଅନ୍ତର୍ଗତ ବିଭିନ୍ନ ଗ୍ରାମ କୁ ରାସ୍ତା ନିର୍ମାଣ, ଆବଶ୍ୟକ ଅଞ୍ଚଳ ରେ ପୋଲ,କଲ ଭର୍ଟ, ପାନୀୟ ଜଳଓ ଚାଷ ପାଈଁ କୂପ, ଡାଇଭର୍ଶନ ୱେର, ଚେକ ଡ୍ୟାମ, ପୋଖୋରି, ଅଙ୍ଗନବାଡ଼ି ଗୃହ, ସ୍କୁଲ ଗୃହ ନିର୍ମାଣ କରିବା ସହ ବ୍ୟାପକ ଉନ୍ନୟନ ମୂଳକ କାର୍ଯ୍ୟ କରି ପ୍ରଶଂସା ସାଉଁଟି ଛନ୍ତି l ସେହିପରି ନିର୍ମାଣ କାର୍ଯ୍ୟ ଯେପରି ଉନ୍ନତ ମାନର ହେବ ଓ ନିର୍ଦ୍ଧାରିତ ସମୟ ସୀମା ପୁର୍ବରୁ ସରିବ ସେଥି ପ୍ରତି ଏ ଇ ଈ ଇଁ. ଜେନା ଗୁରୁତ୍ବ ଦେଉଥିବା ଦେଖିବlକୁ ମିଳିଛି l ସେହିପରି ନିୟମିତ ଭାବେ ନିର୍ମାଣ କାର୍ଯ୍ୟ କୂ ତଦାରଖ କରୁଥିବା ଦେଖାଯାଉଛି l ବିଡ଼ିଓ ଅନୁପ ଅଭିଷେକ ବେହେରା ମଧ୍ଯ ସର୍ବଦା ଉନ୍ନୟନ ମୂଳକ କାର୍ଯ୍ୟ କୁ ଗୁରୁତ୍ବ ଦେବା ସହ କାର୍ଯ୍ୟ ଯେପରି ଉଚ୍ଚ ମାନର ହେବ ସେଥିପ୍ରତି ଯଥେଷ୍ଟ ଗୁରୁତ୍ବ ଦେଉଥିବା ଜଣାପଡିଛି l ବ୍ଲକ ଅନ୍ତର୍ଗତ ଥିବା ସମସ୍ତ ଯନ୍ତ୍ରୀ ମଧ୍ଯ ବିଡ଼ିଓ ବେହେରା ଓ ଏ ଇ ଈ ଜେନା ଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରିବା ଫଳରେ ବ୍ଲକ ରେ ଉନ୍ନୟନ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଥିବା କୁହାଯାଇଛି l

