ଫୁଲବାଣୀ,୨୫।୦୯(ସୁନୀଲ ପଟ୍ଟନାୟକ):ଫିରିଙ୍ଗିଆ ଅଞ୍ଚଳ ର ଜଣା ଶୁଣା ସାମ୍ବାଦିକ ସୁବ୍ରତ କୁମାର ମହାନ୍ତି ଙ୍କ ଅକାଳ ବିୟୋଗ ଘଟିଛି l ସ୍ବର୍ଗତ ମହାନ୍ତି ଙ୍କ ମୃତ୍ୟୁ ଖବର ପାଇବା ପରେ ଫିରିଙ୍ଗିଆ ଅଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l ସେ ଜଣେ ନିରପେକ୍ଷ ,ନିର୍ଭିକ ସାମ୍ବାଦିକ ନିଜର ପରିଚୟ ସୃଷ୍ଟି କରି ସମସ୍ତ ଙ୍କ ପ୍ରଶଂସା ଭାଜନ ହୋଇଥିଲେ l ଏଥି ସହ ସେ ସମାଜ ସେବା କାର୍ଯ୍ୟ ସହିତ କଳl ଓ ସଂସ୍କୃତି ରେ ମଧ୍ୟ ସାମିଲ ଥିଲେ l ଶୁକ୍ରବାର ଭୋର ସମୟରେ ଭୁବନେଶ୍ୱର ର ଏକ ଘୋ ର ଇ ହସ୍ପିଟାଲରେ ଚିକିତ୍ସl ଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି l ସେ ଦୀର୍ଘ ଦିନ ଧରି କିଡ଼ନୀ, ଲିଭର୍ ଜନିତ ରୋଗରେ ପୀଡିତ ଥିଲେ l ସୁବ୍ରତ ଙ୍କ ଅକାଳ ମୃତ୍ୟୁ ରେ ଜିଲ୍ଲାର ବରିଷ୍ଠ ସାମ୍ବାଦିକ ତଥା ପ୍ରେସ କ୍ଳବ୍ ସଭାପତି ସୁନୀଲ ପଟ୍ଟନାୟକ, ଜିଲ୍ଲା ସାମ୍ୱାଦିକ ସମନ୍ୱୟ ସମିତି ସମ୍ପାଦକ ପ୍ରଶାନ୍ତ ବେହେରା, ଓ ୟୁ ଜେ ଜିଲ୍ଲା ସଭାପତି ସୁଜିତ ବେହେରା, ହୁରଞ୍ଜନ ସେଠୀ, ଉତ୍ତମ ଖମାରୀ, ଅଶୋକ ମହାନ୍ତି, ବଦ୍ୟନlଥ ବେହେରା, ସୁନୀଲ ବିଶ୍ଵାଳ, ଓ ଅନ୍ୟ ମାନେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି l ରାଜ୍ୟ ସରକାର ସୁବ୍ରତ ଙ୍କ ପରିବାର ବର୍ଗ ଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ କରିବା ପାଇଁ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଦାବୀ କରିଛନ୍ତି l

