ଫୁଲବାଣୀ,୨୯।୦୮(ସୁନୀଲ ପଟନାୟକ):ଫୁଲବାଣୀ ବଣିକ ସଂଘ ର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା l ପୁର୍ବରୁ ଚାଲି ଆସିଥିବା ବଣିକ ସଂଘ ର ଅବଧି ପୁରି ଯିବା ଫଳରେ ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସଭାପତି ଭାବେ ଜଣା ଶୁଣl ବ୍ୟବସାୟୀ , ପୁର୍ବତନ ନାରାୟଣୀ ଯାତ୍ରା କମିଟି ସଭାପତି, ସମାଜ ସେବୀ ରୋଟାରିଆନ ପି. ସୁଧାଂଶୁଶେଖର ସେନାପତି ମନୋନୀତ ହୋଇଥିବା ବେଳେ ସମ୍ପାଦକ ଭାବେ ସମାଜ ସେବୀ ତଥା ବ୍ୟବସାୟୀ ଅରୁଣ କୁମାର ପଣ୍ଡା ମନୋନୀତ ହୋଇଥିବା ବେଳେ ଉପ ସଭାପତି ଭାବେ ରୋ ଟାରିଆଁନ କାବୁଲା ସେନା ପତି, କୋଷାଧ୍ୟକ୍ଷ ଭାବେ ରବୀ ପାତ୍ର, ଯୁଗ୍ମ ସମ୍ପାଦକ ଭାବରେ ରୋଟାରୀ ଅlନ ସଂଜିତ ପାତ୍ର ପ୍ରମୁଖ ସର୍ବ ସମ୍ମତି ଭାବେ ମୋନୋନିତ ହୋଇଛନ୍ତି l ସେହିପରି ସଂଘ ର ଉପଦେଷ୍ଟା ମଣ୍ଡଳୀ ରେ ରୋ ଟା ରୀ ୟାନ ତଥା ପ୍ରମୁଖ ବ୍ୟବସାୟୀ ପଦ୍ମ ଚରଣ ସ୍ବାଇଁ, ସlସ୍କର ପାତ୍ର, ପ୍ରସନ୍ନ କୁମାର ପଟନାୟକ, ଦୁର୍ଗା ତ୍ରିପାଠୀ, ପ୍ରଦ୍ୟୁମ୍ନ ପଣ୍ଡା ପ୍ରମୁଖ ଙ୍କୁ ମନୋନୀତ କରଯାଇଛି l ଏହି ନୂତନ କମିଟି ସହର ର ବ୍ୟବସାୟୀ ମାନଙ୍କ ସମସ୍ୟା ସମାଧାନ କରିବା ସହ ସ୍ବାର୍ଥ ରକ୍ଷା ପ୍ରତି ଦୃଷ୍ଟି ଦେବ ବୋଲି ନବ ନିର୍ବାଚିତ ସଭାପତି ପି. ସୁଧାଂଶୁ ଶେଖର ସେନାପତି କହିଛନ୍ତି l ସେହିପରି ଏହି ଅନୁଷ୍ଠାନ ବିଭିନ୍ନ ପ୍ରକାର ସମାଜ ସେବା କ୍ଷେତ୍ର ରେ କାର୍ଯ୍ୟ କରିବ ବୋଲି ସେ ଆହୁରି କହିଛନ୍ତି l ଏଥିପାଇଁ ସମସ୍ତଙ୍କ ଆନ୍ତରିକ ସହଯୋଗ ଆବଶ୍ୟକ ବୋଲି କହିଛନ୍ତି l

