ଫୁଲବାଣୀ,୧୩/୦୮(ସୁନୀଲ ପଟନାୟକ):ଫୁଲବାଣୀ ରୋଟାରୀ କ୍ଲବ ପକ୍ଷରୁ କ୍ଳବ୍ ପରିସରରେ ଆନ୍ତର୍ଜାତୀୟ ଯୁବ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ରୋଟାରୀ କ୍ଲବ ସଭାପତି ତଥା ବରିଷ୍ଠ ଆଇନଜୀବି ବିଜୟ କୃଷ୍ଣ ପଟ୍ଟନାୟକ ଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ସୁନୀଲ ପଟ୍ଟନାୟକ ସ୍ବାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ l ମୁଖ୍ୟ ଅତିଥି ଭାବେ ସହରାଞ୍ଚଳ ବିକାଶ ସଂସ୍ଥା ର ପ୍ରକଳ୍ପ ନିର୍ଦେଶକ ପ୍ରବୀଣ କୁମାର ବାଣୁଆ ଯୋଗ ଦେଇ ଥିବା ବେଳେ ମୁଖ୍ୟ ବକ୍ତା ଭାବେ ଅର୍ମାସ୍ ର ଉପ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁଣ୍ଡିଚା ବେହେରା ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଇ ଯୁବକ ମାନେ ଦେଶର ଭବିଷ୍ୟତ ଆଉ ସେମl ନେ କୁ ପଥ ଗାମୀ ନହେଇ କଠିନ ପରିଶ୍ରମ କରି ନିଜେ ଦେଖିଥିବା ସ୍ଵପ୍ନ କୁ ପୁରଣ କରିବା ସହ ଦେଶ ଗଠନ ରେ ସହାୟକ ହେବା ଆବଶ୍ୟକ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋଟାରୀ କ୍ଲବ ର ପୂର୍ବତନ ସଭାପତି ରୋଟା ରିଆନ ପ୍ରକାଶ କୁମାର ପଣ୍ଡା, କେ ଜ୍ଞାନ ଦୋରା, ହରିଶ୍ଚନ୍ଦ୍ର ମହାରଣା, କୁଣ୍ଡନ ସିଂହ, ମନରଞ୍ଜନ ପଟ୍ଟନାୟକ, ସିମଞ୍ଚଲ ବେହେରା, ରୂପକ ମହାନ୍ତି, ସୋନ୍ତୋଷ କୁମାର ପଣ୍ଡା, ସ୍ବେଛାସେବୀ ଅଶୋକ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ରୋଟାରୀଆନ୍ ଉପେନ୍ଦ୍ର ମହାପାତ୍ର ଓ ଅନ୍ୟମାନେ ଉପସ୍ଥିତ ରହି ସ ଠିକ୍ ପରିଚାଳନା କରିଥିଲେ l

