ଫୁଲବାଣୀ,୫।୭(ସୁନୀଲ ପଟ୍ଟନାୟକ):ଗତ ୫ଦିନ ହେଲା ଫୁଲବାଣୀ ସହର ସମେତ ସମଗ୍ର ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜନ ଜୀବନ ବିପର୍ଯ୍ୟସ୍ତ ହୋଇପଡିଛି l ଲୋକେ ଘରୁ ବାହାରକୁ ବାହାରି ପାରିନାହାନ୍ତି l ଦୋକାନ ବଜାର, ରାସ୍ତା ଘାଟ ସବୁ ଖାଁ ଖାଁ l ବର୍ଷlରେ ଫୁଲବାଣୀ ସହର ର ମାଷ୍ଟର ପଡ଼ା ପ୍ରେସ ନିକଟ ଗଳି ଅଞ୍ଚଳ ରେ ରହୁଥିବା ଅନେକ ଙ୍କ ଘରେ ପାଣି ପଶି ଯାଇଛି l ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଫରେଷ୍ଟର ସରୋଜ ମିଶ୍ର ଙ୍କ ଘରେ ସକାଳୁ ପାଣି ପଶିଯିବା ଫଳରେ ଆସବାବ ପତ୍ର ନଷ୍ଟ ହୋଇଯାଇଛି l ପ୍ରକୃତି ବିହାର, ବ୍ରାହ୍ମଣ ସାହି ର କେତେକ ଙ୍କ ଘରେ ପାଣି ପଶିଛି l ଡ୍ରେନ ସମସ୍ୟା ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉ ଛି l ସେହିପରି ପିଲା ସାଲ କି ନଦୀ ରେ ବନ୍ୟା ଜଳ ଆସିବା ଫଳରେ ନଦିଖଣ୍ଡି ସାହି ରେ ଥିବା ଡେ ମ ଉପରେ ୪ଫୁଟ୍ ଉଚ୍ଚରେ ବନ୍ୟାପାଣିପ୍ରବାହିତ ହେବା ଫଳରେ ଡାକ ପାଲା, ଦlମୀଙ୍ଗା, ଆମ୍ବ ପଡ଼ା ଆଦି ଗ୍ରାମ ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଇଛି l କେବଳ ଫୁଲବାଣୀ ନୁହେଁ ଜିଲ୍ଳାର ବାଲିଗୁଡ଼ା, ରାଇକିଆ, ତୁମୁଡିବନ୍ଧ, କୋଟଗଡ, ଫିରିଙ୍ଗିଆ, ଜି ଉଦୟଗିରି, ଚକାପାଦ, ଟୀକା ବାଲି, ଖଜୁରୀ ପଡ଼ା ରେ ମଧ୍ଯ ଲଗାଣ ବର୍ଷା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି l କେତକ ଅଞ୍ଚଳ ରେ ଘର ମଧ୍ଯ ଭାଙ୍ଗି ଥିବା ଖବର ମିଳିଛି l ଶନିବାର ବାଲିଗୁଡ଼ା ରେ ୪୬ମି ମି, ଚକାପାଦ ରେ ୩୦.୦୪,ଦାରିଂବାଡ଼ି ୩୪, ଜି ଉଦୟଗିରୀ ୩୦.୦୪, ଖଜୁରିପଡା ୩୨, କୋଟଗଡ ୧୯, କ ନୂଆଗାଁ ୩୦, ଫିରିଙ୍ଗିଆ ୫୫ମୀ ମୀ, ରାଇକିଆ ୪୪.୦୪,ଫୁଲବାଣୀ ୩୦ମି଼ମି଼, ଟିକାବାଲି ସର୍ବାଧିକ ୬୦ମି଼ ମି. ତୁମୁଡିବନ୍ଧ ୮.୦୪ମିମି ଏହିପରି ମୋଟାମୋଟି ଜିଲ୍ଲାରେ ୩୫ମି଼ ମି଼ ବର୍ଷା ରେକର୍ଡ କରାଯାଇଥିବା ବେଳେ ରବିବାର ବାଲିଗୁଡ଼ା ୨୧୦ ମି ମି., ଚକାପାଦ ୨୦୪.୦୬, ଫିରିଙ୍ଗିଆ ୨୨୩.୦୬,ଫୁଲବାଣୀ ୨୨୪.୦୪, ରାଇକିଆ ୧୯୦, ଟିକାବାଲି ୨୧୭, ତୁମୁଡି ବନ୍ଧ ୧୦୦.୦୨, ଖଜୁରିପଡା ୨୭୬, କ ନୂଆଗାଁ ୧୬୦, ଜି ଉଦୟଗିରି ୨୨୦, ଦାରିଂବାଡ଼ି୫୯ମିମି, ଏହିପରି ମୋଟାମୋଟି ଭାବେ ଜିଲ୍ଲାରେ ୧୮୨ ମି ମି ବର୍ଷା ରେକର୍ଡ କରାଯାଇଛି l ଏହି ବର୍ଷା ଯୋଗୁଁ ଜିଲ୍ଲାରେ ଥିବା ସମସ୍ତ ନଦୀ ନାଳ ରେ ପ୍ରବଳ ବନ୍ୟା ଜଳ ଆସିଥିବା ଦେଖିବାକୁ ମିଳିଛି l

