ଫୁଲବାଣୀ,୨୯/୦୭(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସହର ର ମୁନିସିପାଲିଟି ର କୁଢ଼ କୁଢ଼ ଆବର୍ଜନା ସାର୍ତାଗୁଡା ଯିବା ରାସ୍ତାରେ ପଡି ରହିଁଛି! ସହର ର ୧୩ ଟି ୱାର୍ଡ ସମେତ ଡାକ୍ତର ଖାନାର ଅଳିଆ ଆବର୍ଜନା, ବର୍ଜ୍ୟ ବସ୍ତୁ ସବୁ ସାର୍ତାଗୁଡା ଯିବା ରାସ୍ତାରେ ମୁନସିପାଲିଟି ଫପାଡୁ ଥିବାରୁ ପାଖରେ ଥିବା ସାର୍ତାଗୁଡା, ମଜୁରିବିଡା, ବୁଡ଼ାଦାନୀ, କତ୍ରିଆମ୍ବା, କଟ୍ରିଙ୍ଗିଆ, ଦଡକି, ଦୁବଗଡ଼, ର ଲୋକେ ସେହି ବାଟ ଦେଇ ଯାତାୟତ କରନ୍ତି! ବସ ଓ ଅନ୍ୟାନ୍ୟ ଗାଡିମଧ୍ୟ ଚଳାଚଳ କରୁଛି! ନବୋ ଦୟୋ ବିଦ୍ୟାଳୟ କୁ ସେହି ରାସ୍ତା ଦେଇ ଛାତ୍ର ଛାତ୍ରୀ ଯାଇଥାନ୍ତି! ଆବର୍ଜନା ଜମା ହୋଇ ରହିବା ଫଳରେ ବିଭିନ୍ନ ରୋଗ ର ଜୀବାଣୁ ସଂସ୍ପର୍ଷ ରେ ଲୋକେ ଆସିଯିବାର ଆଶଙ୍କା ରହିଁଛି! କିଛି ବର୍ଷ ତଳେ ସେସବୁ ଆବର୍ଜନା ଆଂଶିକ ଭାବେ ପୋଡି ଦିଆ ଯାଉଥିଲା ଏବେ ସେଭଳି କରାଯାଉ ନ ଥିବା ନେଇ ସମାଜ ସେବି ଓ ଆଇନଜୀବୀ ଅଶୋକ କୁମାର ପରିଡା କହିଛନ୍ତି! ସେସବୁ ମଇଳାକୁ ଅନ୍ୟତ୍ର ନେଇ ପୋଡି ଦେବା ପାଈଁ ବହୁ ବୁଦ୍ଧିଜୀବୀ ଓ ଗ୍ରାମବାସୀ ମାନେ ମତ ବ୍ୟକ୍ତ କରିଛନ୍ତି! ସେହିପରି ବଡ଼ବନ୍ଧ ର ଆବର୍ଜନା କିଛି ଉଠାଇ ନିଆ ଯାଇଥିବା ବେକେ ଅବଶିଷ୍ଟ ୬୦ ପ୍ରତିଶତ ଆବର୍ଜନା ସେମିତି ପଚି ସଢ଼ି ପଡିଛି ନୀଳିଆ ବନ୍ଧ ହୁଡାରେ କୁଢ଼ କୁଢ଼ ବଜାର ଓ ଘରୋଇ ଆବର୍ଜନା ଜମାହୋଇ ଦୁର୍ଗନ୍ଧ ସହ ମଶା ପ୍ରବଳ ଯୋଗୁଁ ଆଖ ପାଖ ର ଲୋକେ ହ୍ୱନ୍ତସନ୍ତ ହେଉଛନ୍ତି! ଜିଲ୍ଲା ପ୍ରଶାସନ ଓ ମ୍ୟୁନିସପାଲିଟି ତୁରନ୍ତ ପଦକ୍ଷେପ ନେବାକୁ ସର୍ବସାଧାରଣରେ ଦାବୀ ହେଉଛି!

