ଖଜୁରୀପଡ଼ା,୨୩।୦୯(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ଅଞ୍ଚଳର ପେନାବାଲି ଗ୍ରାମରେ ବଜ୍ରପାତ ଯୋଗୁଁ ଶ୍ରୀକର ଦେହୁରୀଙ୍କ ଗୋଟିଏ ପଢ଼ର ମୃତ୍ୟୁ ଘଟିଛି। ମଙ୍ଗଳବାର ଦିନ ପ୍ରାୟ ୧ଟା ସମୟରେ ଏହି ଘଟଣା ଘଟିଥିବା ଜଣାପଡ଼ିଛି।ସୂଚନା ଅନୁସାରେ, ପେନାବାଲି ଗ୍ରାମରୁ ପଢ଼ଗୁଡ଼ିକୁ ଚରାଇବା ପାଇଁ ଖଜୁରୀପଡ଼ା ବନ୍ଧ ସାଇଟ୍କୁ ନିଆଯାଇଥିଲା। ଅପରାହ୍ନରେ ହଠାତ୍ ବର୍ଷା ସହ ଘଡ଼ଘଡ଼ି ଆରମ୍ଭ ହୋଇଥିଲା। ଏହି ସମୟରେ ବଜ୍ରପାତ ହେବାରୁ ଗୋଟିଏ ପଢ଼ ବଜ୍ରପାତର ଶିକାର ହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।ଘଟଣା ପରେ ପଢ଼ ମାଲିକ ଶ୍ରୀକର ଦେହୁରୀଙ୍କ ପରିବାରରେ ଦୁଃଖର ଛାୟା ଖେଳିଯାଇଛି। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ମଧ୍ୟ ଶୋକ ପ୍ରକାଶ ପାଇଛି।

