ବ୍ରହ୍ମପୁର,୩୦/୦୬(ହିମାଂଶୁ ଶେଖର ସାବତ):ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହର ସ୍ଥିତ ବାଲୁଙ୍କେଶ୍ବର ମନ୍ଦିର ଛକ, ଆଗା ସାହି ଛକ, ଖାଲ୍ସା ସାହି ଏବଂ ବଡ଼ବଜାର ପରିବା ମାର୍କେଟ ଠାରେ ଏକ ବ୍ୟାପକ ସ୍ବଚ୍ଛତା ଓ ସଫେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି ଅବସରରେ ବ୍ରହ୍ମପୁର ବିଧାୟକ ଶ୍ରୀ କେ.ଅନୀଲ କୁମାର, ଡେପୁଟି କମିଶନର ଓ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ବଚ୍ଛତା ଅଭିଯାନରେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଏହି ସମୟରେ ମାନ୍ୟବର ବିଧାୟକ ଶ୍ରୀ କେ.ଅନୀଲ କୁମାର ପରିବା ବ୍ୟବସାୟୀ,ହୋଟେଲ ମାଲିକ, ଗ୍ରାହକ ଏବଂ ସାଧାରଣ ଜନତାଙ୍କୁ ପଲିଥିନର ବ୍ୟବହାର ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଆହ୍ବାନ କରିଥିଲେ। ସେ କହିଥିଲେ ଯେ ପଲିଥିନ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ ତେଣୁ ସମସ୍ତେ କପଡ଼ା ବ୍ୟାଗ ବ୍ୟବହାର କରି ପରିବେଶ ସୁରକ୍ଷାରେ ସହଯୋଗ କରିବା ଉଚିତ। ଆଗାମୀ ଦିନରେ ବ୍ରହ୍ମପୁର ସହରକୁ ସମ୍ପୂର୍ଣ୍ଣ ପଲିଥିନ ମୁକ୍ତ କରିବା ଦିଗରେ କଡ଼ା ପଦକ୍ଷେପ ନିଆଯିବ ବୋଲି ବିଧାୟକ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି । ଏହି ଅଭିଯାନ ଅବସରରେ ମାନ୍ୟବର ବିଧାୟକ ବଜାରରେ ଉପସ୍ଥିତ ସାଧାରଣ ଲୋକଙ୍କୁ କପଡ଼ା ବ୍ୟାଗ ବଣ୍ଟନ କରି ପଲିଥିନ ବର୍ଜନ କରିବାକୁ ଅନୁରୋଧ କରିଥିଲେ l

