ଭବାନୀପାଟଣା,୫।୯(କିଶନ ଶର୍ମା):ସ୍ଥାନୀୟ ବାପୁଜୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରଧାନଶିକ୍ଷକ ଦୁଷ୍ମନ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଅଛି। ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷୟିତ୍ରୀ ତଥା ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଲିନା ଦାସ ଏବଂ ଜ୍ୟୋସ୍ନାରାଣୀ ପଟ୍ଟାୟକ ନିମନ୍ତ୍ରିତ ଅତିଥି ଭାବେ ଯୋଗଦାନ କରି ଗୁରୁଦିବସର ମହତ୍ତ୍ୱ ବିଷୟରେ ବୁଝାଇ ଛାତ୍ରଛାତ୍ରୀମାନଙ୍କୁ ଭଲ ମଣିଷଟିଏ ହେବା ପାଇଁ ଦିଗ୍ଦର୍ଶନ ଦେଇଥିଲେ। ଏହି ଅବସରରେ ବିଦ୍ୟାଳୟର ଅନ୍ୟାନ୍ୟ ଶିକ୍ଷୟିତ୍ରୀ ଯଥା ପୁଷ୍ପିତା ପଟ୍ଟନାୟକ, ସିକ୍ତା ପଟ୍ଟନାୟକ, ଛନ୍ଦିତା ଦାଶ, ଗୀତାଞ୍ଜଳି ମିଶ୍ର, ହିରାମଣୀ ବେମାଲ ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

