ବ୍ରହ୍ମପୁର,୧୬/୦୬(ହଂଶୁ ଶେଖର ସାବତ):ଗୋଶାଣୀନୁଆଗାଁ ଥାନାତୋଟା ସାହିରେ ଶରତ ମହାନ୍ତିଙ୍କୁ ହତ୍ୟା କରିବା ଘଟଣାରେ ପୁଅ ଟୁକୁ ଓରଫ ବିରଜା ପ୍ରସାଦ ମହାନ୍ତି (୪୬)କୁ ପୋଲିସ ଗିରଫ କରିଛି l ଏହି ହତ୍ୟା ଘଟଣାରେ ବ୍ୟବହୁତ କାଠ ଫାଳିଆ ସହ ରକ୍ତ ଭିଜା କପଡ଼ାକୁ ପୋଲିସ ଜବତ କରିଛି l ଖବରରୁ ପ୍ରକାଶ ଯେ ତୋଟା ସାହି ସ୍ଥିତ ନିଜ ଘରେ ପିତା ଶରତ ଚନ୍ଦ୍ର ମହାନ୍ତି ଓ ବୋଉ ପ୍ରତିମା ମହାନ୍ତିଙ୍କୁ ପୁଅ ଟୁକୁ ଆକ୍ରମଣ କରିଥିଲେ। ଆକ୍ରମଣ ଫଳରେ ଶରତ ଗୁରୁତର ଆହତ ହୋଇଥିଲେ l ଚିକିତ୍ସାଧୀନ ଅବସ୍ଥାରେ ଶରତ ବଡ ମେଡିକାଲ ରେ ମୃତ୍ୟବରଣ କରିଛନ୍ତି l ଶରତଙ୍କ ପତ୍ନୀ ପ୍ରତିମା ମଧ୍ୟ ଗଭୀର ଆଘାତ ପାଇ ବଡ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି l ସମ୍ପତ୍ତି ଭାଗ ବଣ୍ଟନକୁ ନେଇ ଘରୋଇ ବିବାଦ କାରଣରୁ ଏହି ଘଟଣା ଘଟିଥିଲା।

