ଫୁଲବାଣୀ,୩୦/୦୩(ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା କୁମ୍ଭାର ସାହି ନିକଟରେ ଏକ ବାଇକ ଭାରସାମ୍ୟ ହରାଇ ପୋଲ୍ ତଳକୁ ଖସି ପଡିବା ଫଳରେ ଜଣେ ବାଇକ୍ ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି l ମୃତକ ଜଣଙ୍କ ହେଲେ ଗୁମା ସାହି ଶିକ୍ଷକ ବଦନl ମଲିକ ଙ୍କ ଭାଇ ନଳ ମଲିକ ବୋଲି ଜଣା ପଡ଼ିଛି l ପୁର୍ବରୁ ଏହି ବୁଲାଣୀ ନିକଟ ପୋଲ ତଳକୁ ବାଇକ, ଗାଡ଼ି ଖସି ଅନେକ ଙ୍କ ମୃତ୍ୟୁ ଘଟିବା ସହ କେତେକ ଆହତ ହୋଇଛନ୍ତି l ରାସ୍ତା କାମ ଅଧାପନ୍ତରିଆ ଭାବେ ପଡ଼ି ରହିଥିବା ସାଂଗକୁ ପୋଲ ର ଗାର୍ଡ ୱାଲ ନଥିବା ଫଳରେ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଥିବା ଅଭିଯୋଗ ହେଉଛି l ରାସ୍ତା କାର୍ଯ୍ୟ ତୁରନ୍ତ କରିବା ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି ଅନ୍ୟଥା ଗ୍ରାମବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି l ଖବର ପାଇ ବାରଖମା ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

