ଫୁଲବାଣୀ,୧୮।୦୯(ସୁନୀଲ ପଟନାୟକ):ବାଲିଗୁଡ଼ା ଜଙ୍ଗଲ ବିଭାଗ କୁ ମିଳିଛି ସଫଳତା l କୌଣସି ସୂତ୍ରରୁ ପକ୍କା ଖବର ପାଇ ଡି ଏଫ୍ ଓ ଘନ ଶ୍ୟାମ ମହନ୍ତ ଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ବିଭାଗ ଏ ସି ଏଫ୍ ଅରୁଣ କୁମାର ସାହୁ ଓ ବାଲିଗୁଡ଼ା ରେଞ୍ଜ ଅଧିକାରୀ ଙ୍କ ନେତୃତ୍ୱ ରେ ବନ ବିଭାଗ ଟିମ୍ ବସ ଷ୍ଟାଣ୍ଡ ରେ ଚଢାଉ କରି ଦୁଇଟି କଲରାପତ୍ ରିଆ ବାଘ୍ ଛାଲ ଜବତ କରିବା ସହ ଏ ସଂପର୍କରେ ଜଣକୁ ଗିରଫ କରିଛି l ଏ ନେଇ ବନ ବିଭାଗ ପକ୍ଷରୁ ବାଲିଗୁଡ଼ା ରେଞ୍ଜ ରେ ୪୩/୨୦୨୬-୨୭ ବନ୍ୟ ପ୍ରାଣୀ ସୁରକ୍ଷା ଆଇନ ୧୯୭୨ଧାରା ୩୯ବି ୪୮/୪୯ବି ଅନୁଯାୟୀ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ଡି ଏଫ୍ ଓ ଘନ ଶ୍ୟାମ ମହନ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି l ଏହି ବାଘ ଚମଡ଼ା କେଉଁଠୁ ଆଣିଲା, କେଉଁଠି କୁ ଚାଲାଣ ହେଉଥିଲା, ଆଉ କିଏ ଏହି ରାକେଟ ରେ ସଂପୃକ୍ତ ବାଘ କେଉଁ ଜଙ୍ଗଲ ରେ ଶିକାର ହୋଇଥଲା ଏ ସବୁ ତଦନ୍ତ କରୁଛି ବାଲିଗୁଡ଼ା ବନ ବିଭାଗ l ଏହି ଚଢାଉ ରେ ବାଲିଗୁଡ଼ା, କ ନୂଆଗାଁ, କୋଟଗଡ ତୁମୁଡି ବନ୍ଧ ରେଞ୍ଜ ଅଧିକାରୀ ସାମିଲ୍ ଥିଲେ l

