ଫୁଲବାଣୀ,୧୮।୦୯(ସୁନିଲ ପଟ୍ଟନାୟକ):କଂଧମାଳ ଜିଲ୍ଲା ବିଜେପି ସମ୍ପାଦକ ଥିବା ଆଦିକନ୍ଦ ପଟନାୟକ ଙ୍କ ନାମରେ ମାମଲା ରୁଜୁ କରିଛି ପୋଲିସ l ଆଦିକନ୍ଦ ପଟନାୟକ କୁଆଡ଼େ ଆଇ ଟି ଡି ଏ ପକ୍ଷରୁ ନିର୍ମାଣ ହୋଇଥିବା ପାଚେରୀ କୁ ଜେ ସି ବି ଲଗାଇ ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଥଲା l କିଛି ଲୋକେ ଏହାର ପ୍ରତିବାଦ କରିବାରୁ ଏବେ ଆମର ସରକାର ଅଛି ଭୟ ନାହିଁ, ଯାହା ଇଛା ତାହା କରିବି ମୋର କିଛି ହେବ ନାହିଁ ବୋଲି କହୁଥିବା ଶୁଣି ବାକୁ ମିଳିଛି l ସୂଚନା ଯୋଗ୍ୟ ଯେ, ଏହା ଜାଣିବା ପରେ ବାଲିଗୁଡ଼ା ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଥାନlରେ ଏତଲା ଦେଇଥିଲେ l ବାଲିଗୁଡ଼ା ପୋଲିସ ଏ ସଂପର୍କରେ ୨୩୭/୨୬ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି l ସରକାରୀ ସମ୍ପତି ନଷ୍ଟ କରିବା ଅଭିଯୋଗ ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ତଦନ୍ତ କାରୀ ଅଧିକାରୀ ଯୁଗଳ ନାୟକ କହିଛନ୍ତି l ସିଏ ଯେ କେହି ବି ହୁଅନ୍ତୁ ଆଇନ୍ ଆଖିରେ ସମସ୍ତେ ସମାନ, ଆଉ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଆହୁରି କହିଥିଲେ l ଆଦିକନ୍ଦ କୁଆଡ଼େ ପାଚେରୀ ଭାଙ୍ଗି ସରକାରୀ ଜାଗା ଜବର ଦଖଲ କରିଥିବା ଅଭିଯୋଗ ହୋଇଥଲା l ତେବେ ଅଭିଯୁକ୍ତ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଧାରଣ ରେ ଦାବୀ ହେଉଛି l ଆଗକୁ ପଂଚାୟତ, ପୌର ଓ ଜିଲ୍ଲା ପରିଷଦ ନିର୍ବାଚନ ଥିବାରୁ ଏହାର ପ୍ରତିକୂଳ ପ୍ରଭାବ ଦଳ ଉପରେ ପଡ଼ିବ ବୋଲି ରା ଜ ନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି lତେବେ ଏ ନେଇ ବିଜେପି ଜିଲ୍ଲା ସମ୍ପାଦକ ଙ୍କ ପ୍ରତିକ୍ରିୟା ମିଳି ନାହିଁ l

