ପୋଲସରା,୨୬/୩(ଶିବ ପ୍ରସାଦ ସାହୁ):ସରକାର ବହୁ ଜନକଲ୍ୟାଣ ଯୋଜନା ହାତକୁ ନେଇ ଜନମାନସରେ ତାହା କାର୍ଯ୍ୟକାରୀ କରୁଛନ୍ତି। ହେଲେ କିଛି ଅସହାୟ ବୃଦ୍ଧ ବୃଦ୍ଧା ସଚେତନ ଅଭାବରୁ ନିଃଶ୍ବ ଭାବେ ସେହି ଯୋଜନାରୁ ବାଦ ପଡି ଯାଇଥିବା ମଧ୍ୟ ଦେଖିବାକୁ ମିଳିଛି । ଏଭଳି ଏକ ଘଟଣାର ସତ୍ୟାସତ୍ୟ ଦେଖିବାକୁ ମିଳିଛି ବେଲଗାଁ ପଞ୍ଚାୟତର ମନଶୀଳା ଗ୍ରାମର ଦମୟୀନ୍ତି ସାହୁ ଙ୍କ ଠାରେ । ଗତ ୨୬ ବର୍ଷ ତଳେ ସ୍ବାମୀଙ୍କୁ ହରାଇ ନିଃଶ୍ବ ଜୀବନ ଯାପନ କରୁଥିଲେ । ସରକାର ପରେ ସରକାର ପରିବର୍ତ୍ତନ ହୋଉଥିଲେ ମଧ୍ୟ ବୃଦ୍ଧା ଦମୟନ୍ତିଙ୍କ ଦୁଃଖ ଦୁର୍ଦ୍ଦଶା ବଦଳି ନଥିଲା । ଯେଉଁଥି ପାଇଁ ବୃଦ୍ଧା ଦମୟନ୍ତି ନିଜର ପରିଣତ ବୟସରେ କଷ୍ଟ ଯନ୍ତ୍ରଣାରେ ଦହଗଞ୍ଜ ହେଇ ସରକାରଙ୍କ ଭତ୍ତା ଟଙ୍କା ପାଇବା ପାଇଁ ଚାହିଁ ରହିଥିଲେ । ଏଭଳି ଯୋଗ୍ୟ ହିତାଧିକାରୀଙ୍କୁ ନେଇ ପୋଲସରା ବିଡ଼ିଓ ଶଶିଭୁଷଣ ମହାପାତ୍ର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଯାହାକୁ ନେଇ ବିଡ଼ିଓ ଶ୍ରୀ ମହାପାତ୍ର ନିଜର ଉଦାର ମନଭାବ କୁ ନେଇ ବୃଦ୍ଧା ଦମୟୀନ୍ତିଙ୍କୁ ସରକାରଙ୍କ ମଧୁବାବୁ ଯୋଜନା ଅନ୍ତର୍ଭୁକ୍ତ ବିଧବା ପେନସନ ସ୍କିମ୍ ରେ ତୁରନ୍ତ ସାମିଲ କରାଇଥିଲେ । ଯାହାକୁ ନେଇ ବି .ଏସ୍ .ଏସ୍ .ଓ ଗୋପାଳ କୃଷ୍ଣ ପଣ୍ଡା ଏହି ସ୍କିମ୍ କୁ କାର୍ଯ୍ୟକାରୀ କରିଥିଲେ । ପୋଲସରା ବ୍ଲକ ସମ୍ମୁଖରେ ବିଡ଼ିଓ ଶ୍ରୀ ମହାପାତ୍ର ହିତାଧିକାରୀ ଦମୟନ୍ତି ଙ୍କୁ ଗତ ଦୁଇ ମାସର ଭତ୍ତା ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ । ଯାହାକୁ ନେଇ ଦମୟନ୍ତିଙ୍କ ସଂପର୍କିୟ ଓ ସ୍ଥାନୀୟ ବୁଦ୍ଧିଜୀବୀ ମାନେ ବିଡ଼ିଓଙ୍କ ଏଭଳି ଉଦାରତା କାର୍ଯ୍ୟ ପାଇଁ ପ୍ରଶଂସା କରିଥିଲେ l

