ଚିକିଟି,୨୨/୦୮(ନିଗମାନନ୍ଦ ପଣ୍ଡା):ବିଦ୍ୟାଳୟ ସୁରକ୍ଷା ସପ୍ତାହ ଅବସରରେ ପିଏମ୍ ଶ୍ରୀ ରାଜଲକ୍ଷ୍ମୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସଚେତନତା ସଭା ଓ ପଦଯାତ୍ରା ଆୟୋଜିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରୀମାନଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଉତ୍ସାହର ସହ ଯୋଗଦେଇଥିଲେ।ଛାତ୍ରୀମାନେ ବିଭିନ୍ନ ସଚେତନତାମୂଳକ ସ୍ଲୋଗାନ ଓ ପ୍ଲାକାର୍ଡ ମାଧ୍ୟମରେ ବିଦ୍ୟାଳୟରେ ନିରାପଦ ପରିବେଶ, ଛାତ୍ରଛାତ୍ରୀଙ୍କ ସୁରକ୍ଷା, ଶୃଙ୍ଖଳିତ ଆଚରଣ ଓ ବିପଦ ସମୟରେ ସଚେତନତା ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ।ପ୍ରଧାନ ଶିକ୍ଷୟିତ୍ରୀ ମାମିନା ବେହେରାଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିବାବେଳେ ବରିଷ୍ଠ ଶିକ୍ଷୟିତ୍ରୀ କୁସୁମ କୁମାରୀ ବେହେରା,ସିଆରସିସି ଧର୍ମରାଜ ବେହେରା ଏହାର ପରିଚାଳନା କରିଥିଲେ। ଛାତ୍ରୀମାନଙ୍କ ଏହି ସଚେତନତାମୂଳକ ପଦଯାତ୍ରା ମାଧ୍ୟମରେ “ନିରାପଦ ବିଦ୍ୟାଳୟ, ସୁରକ୍ଷିତ ଛାତ୍ରଛାତ୍ରୀ” ବାର୍ତ୍ତା ସମସ୍ତଙ୍କ ନିକଟରେ ପହଞ୍ଚାଇଥିଲେ।

