ଢେଙ୍କାନାଳ,୧୨। ୯(ବ୍ୟୁରୋ):ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ଠାରେ ବିଶ୍ୱ ପ୍ରସିଦ୍ଧ ମହିମାଧର୍ମର ପବିତ୍ର ପିଠ ମହିମାଗାଦି ରେ ନବାନ୍ନ ଉତ୍ସବଅନୁଷ୍ଠିତ ହେବ l ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷ୍ୟ ଦିତୀୟା ତିଥିରେ ଏହି ପର୍ବ ପାଲନ ହେଉଛି l ମହିମlଗାଦିରେ ନବାନ୍ନ ଉତ୍ସବ ପାଳନ କରିବା ଓ ନବlନ୍ନ ପ୍ରସାଦ ଖାଇବା ପାଇଁ ଓଡିଶା ର ବିଭିନ୍ନ ଅଞ୍ଚଳରୁ ସାଧୁ ଭକ୍ତ ମାନେ ମହିମାଗାଦିରେ ପହଞ୍ଚିବା ପରେ ମହିମାଗlଦିଚଳଚଞ୍ଚଳ ହୋଇଉଠିଛି l ମହିମlଗାଦି ଇତିହାସରୁ ଜଣାଯାଏ, ୧୯୪୬ମସିହା ଠାରୁ ମହିମlଗାଦିରେ ନବାନ୍ନ ଉତ୍ସବ ସମାରୋହରେ ପାଳିତ ହୋଇଆସୁଛି lପୂର୍ବରୁ ଭକ୍ତ ମାନେ ଘରେ ନବlନ୍ନ ପ୍ରସାଦ କରୁଥିଲେ lଆଠଗଡ ଅଞ୍ଚଳର ମହିମା ଭକ୍ତ ଭୋଇ ପରିବାର ନୂଆଧlନରେ ତିଆରି ଚୁଡା ପ୍ରଭୁଙ୍କ ପ୍ରସାଦ ପାଇଁ ପ୍ରଦାନ କରିଆସୁଛନ୍ତି l lସେତେବେଳରବରିଷ୍ଠ ସନ୍ୟାସୀ ରାମଚନ୍ଦ୍ରବାବା ଓ ଦୀନବନ୍ଧୁ ବାବା ନବାନ୍ନ ଉତ୍ସବ ଆରମ୍ଭ କରିଥିଲେ l ନବାନ୍ନ ଦିନ ପ୍ରାତଃ ବ୍ରାହ୍ମମୁହୂର୍ତ ରେ ସାଧୁମାନେ ଅହ୍ମଣିଆ ମଣ୍ଡପରେ ନୂତନ ଧାନ ଶସ୍ୟରୁ ପ୍ରସ୍ତୃତ ଚୁଡ଼ାରେ ଗୁଡ଼, କଦଳୀ, ସେଉ,ନଡ଼ିଆ, ଅଙ୍ଗୁର ଆଦି ସୁସ୍ବାଦୁ ଫଳ, ଛେନା, ବୁନ୍ଦିଆ, ଗୁଳୁରାତି, ଅଳେଇଚ, ଅଦା, ଲବଙ୍ଗ ମିଶାଯାଇ 7ଟି ନୂଆ ମାଟି ହାଣ୍ଡିରେ 7ଜଣ ତ୍ୟାଗୀ ବରିଷ୍ଠ ବକ୍କଳ ଧାରୀ ସନ୍ୟାସୀ ଙ୍କ ଉପସ୍ଥିତିରେ ଅଲେଖ ମହିମା ଡାକ ଦେଇ ମହିମା ସ୍ୱlମୀଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିବେ l ହଜାର ହଜାର ସାଧୁ, ଭକ୍ତ ଙ୍କ ଗହଳିମଧ୍ୟରେ ସାଧୁସନ୍ଥ ମାନେ ମହିମାସ୍ଵାମୀଙ୍କୁ ପ୍ରାର୍ଥନା କରି ଜଗତବାସୀଙ୍କର ମଙ୍ଗଳ କାମନା କରି ପୃଥିବୀ ଶସ୍ୟ ଶ୍ୟାମଳା ହେବା ପାଇଁ ଜଣାଇଥାନ୍ତି l ଖଞ୍ଜଣି ଭଜନ ଗାଈ ମହିମା ସ୍ୱାମୀଙ୍କ ବାଲ୍ୟଲୀଳା ଗୀତ ବୋଲିଥାନ୍ତି lପ୍ରାତଃ 7ଟା ସମୟ ରେ ବାଲ୍ୟଲୀଳା ଭୋଗ ବଣ୍ଟନ କରାଯାଏ ଓ ପୂବlହ୍ନ 9ଟା ସମୟ ରେ ଭୀକ୍ଷlଭଣ୍ଡାର ଠାରେ ପ୍ରସ୍ତୁତ ନବାନ୍ନ ସତସଙ୍ଗ ବିଧିରେ ସନ୍ୟାସୀ ମାନେ ପରସ୍ପର ଆଦାନ ପ୍ରଦାନ କରି ପ୍ରସାଦ ସେବନ କରିଥାନ୍ତି l ଶେଷରେ ହଜାର ହଜାର ସଂଖ୍ୟlରେ ଉପସ୍ଥିତ ସାଧୁ ଭକ୍ତ, ସ୍ଥାନୀୟ ଅଞ୍ଚଳର ଗ୍ରମବାସୀ ପ୍ରସାଦ ସେବନ କରିଥାନ୍ତି l

