ବୁଗୁଡ଼ା,୦୭।୮(ପୂର୍ଣ୍ଣ ଚନ୍ଦ୍ର ବାରିକ):ଟ୍ରାଫିକ୍ ନିୟମ ପାଳନ ଓ ସଡ଼କ ସୁରକ୍ଷା ବିଷୟରେ ବୁଗୁଡ଼ା ଥାନା ପୋଲିସ ପକ୍ଷରୁ ଅଭିନବ ଢଙ୍ଗରେ ସଚେତନତା କାର୍ଯ୍ୟକ୍ରମ ୦୭/୯/୨୬ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। ହେଲମେଟ୍ ଓ ସିଟ୍ ବେଲ୍ଟ ପିନ୍ଧି ଯାତାୟାତ କରୁଥିବା ଚାଳକଙ୍କୁ ପୋଲିସ ପକ୍ଷରୁ ଲାଲ ଗୋଲାପ ଉପହାର ଦେଇ ଉତ୍ସାହିତ କରାଯାଇଥିବା ବେଳେ ବିନା ହେଲମେଟ୍ରେ ଯାଉଥିବା ଚାଳକଙ୍କୁ ସଚେତନ କରାଯାଇଥିଲା। ପ୍ରତ୍ୟେକ ମାସର ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲ୍ଟି’ ଭାବେ ପାଳନ କରିବା ଲକ୍ଷ୍ୟରେ ପୁଲିସ ପକ୍ଷରୁ ସଡ଼କ ସୁରକ୍ଷା ନେଇ ହେଲମେଟ ପିନ୍ଧିବା, ସିଟି ବେଲ୍ଟ ପିନ୍ଧିବା, ମଦ୍ୟ ପାନ କରି ଗାଡ଼ି ନଚଲାଇବା, ବାଇକରେ ଦୁଇ ଜଣରୁ ଅଧିକ ବ୍ୟକ୍ତି ନବସିବା, ଦ୍ରୁତ ଗତିରେ ଓ ବିପଦ ପୂର୍ଣ୍ଣ ଭାବେ ଗାଡ଼ି ନଚଲାଇବ, ଗାଡ଼ି ଚଲାଇବା ସମୟରେ ମୋବାଇଲରେ କଥା ନହେବା ଓ ଟ୍ରାଫିକ ନିୟମମାନିବା ପାଇଁ ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା।ବୁଗୁଡ଼ା ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ସୀତାଂଶୁ ଶେଖର ମାନ୍ଧାତାଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବୁଗୁଡ଼ା ପୋଲିସ ଥାନା ଓ ବାଲିପଦର ଫାଣ୍ଡି ର ପୋଲିସ ଅଧିକାରୀ ଓ ପୋଲିସ କର୍ମଚାରୀ ବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।

