ଚିକିଟି,୨୬/୬(ନିଗମାନନ୍ଦ ପଣ୍ଡା):ତିନି ମାସ ର ଜନ୍ମିତ ଏକ ପୁତ୍ର ସନ୍ତାନ କୁ ରତ୍ନେଶ୍ୱରୀ ମନ୍ଦିର ବୁଲାଣି ରାସ୍ତାରେ ରେ ଆଜି ସନ୍ଧ୍ୟା ବେଳେ ଏକ ବୁଦା ଭିତରୁ ତିନି ମାସର ଏକ ପୁତ୍ର ସନ୍ତାନ ଉଦ୍ଧାର ହୋଇଛି l ଦିଗପହଣ୍ଡି ବ୍ଲକ କରପଡା ପଂଚାୟତ ହାତୀଆଡି ଗ୍ରାମର ବାରିକ ମୁଳି ରାଜମିସ୍ତ୍ରୀ ଭାବେ ପରିଚିତ l ସେ କେ. ନୂଆଗାଁ ରୁ ଘର କାମ ସାରି ସନ୍ଧ୍ୟା ରେ ହାତୀଆଡି ନିଜ ଗ୍ରାମକୁ ଫେରୁଥିବା ବେଳେ ରତ୍ନେଶ୍ଵରୀ ମନ୍ଦିର ବୁଲାଣି ରାସ୍ତା ପାର୍ଶ୍ୱ ରୁ କ୍ରନ୍ଦନ ଶୁଣି ଚାଲୁଯାଉଥିଲେ l ପୁଣି ଫେରି ଦେଖିଲା ବେଳେ ଏକ ବୁଦା ଭିତରେ ଆନୁମାନିକ ତିନି ମାସ ର ଏକ ଶିଶୁ କ୍ରନ୍ଦନ କରୁଛି l ରାଜମିସ୍ତ୍ରୀ ଉକ୍ତ ଶିଶୁକୁ ଉଦ୍ଧାର କରି କେ. ନୂଆଗାଁ ପୁଲିସ କୁ ଖବର ଦେଇଥିଲେ l ଖବର ପାଇ କେ. ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକ ଘଟଣା ସ୍ଥଳରେ ପହଂଚି ପୁଲିସ ଗାଡ଼ିରେ ଶିଶୁ ର ପ୍ରାଥମିକ ଚିକିତ୍ସା ପାଇଁ ଚିକିଟି ମେଡିକାଲ ରେ ଭର୍ତ୍ତି କରିଥିଲେ l ଶିଶୁ ର ସ୍ୱାସ୍ଥ୍ୟ ଅବସ୍ଥା ଭଲ ଥିବା କୁହାଯାଇଛି l ଚିକିଟି ସି ଡି ପି ଓ ଙ୍କୁ ଖବର ଦିଆଯାଇଛି l ଶିଶୁଟିକୁ ବ୍ରହ୍ମପୁର ବଡ଼ ମେଡିକାଲ କୁ ଅଧିକ ଚିକିତ୍ସା ଏବଂ ଯତ୍ନ ପାଇଁ ସ୍ଥାନାନ୍ତର ପାଇଁ ଯୋଜନା ରହିଛି l ପରବର୍ତ୍ତୀ ସମୟରେ ଶିଶୁ ର ଭବିଷ୍ୟତ ଲାଳନ ପାଳନ ଉପ ଜ଼ିଲ୍ଲାପାଳ ସ୍ତର ରେ ଯୋଜନା ହେବା ସୂଚନା ମିଳିଛି l

