ବେଲଗୁଣ୍ଠା,୪/୮(ଶିବରାମ ଚୌଧୁରୀ):ବେଲଗୁଣ୍ଠା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ନେଇ ସୂଚନା ମିଳିଛି।ଆଜି ରାତ୍ର ପ୍ରାୟ ୮ଟା ୧୫ ମିନିଟ୍ ସମୟରେ ହରିଜନ ଉଢୁରା ଠାରେ ଏକ ଦ୍ରୁତଗାମୀ ବୋଲେରୋ ଗାଡ଼ିର ଧକ୍କାରେ ଘଟଣାସ୍ଥଳରେ ୪ଟି ଗାଈଙ୍କର ମୃତ୍ୟୁ ହୋଇଛି ।ପ୍ରାଥମିକ ସୂଚନା ଅନୁଯାୟୀ,ଦୁର୍ଘଟଣା ଘଟାଇବା ପରେ ବୋଲେରୋଟି ଅତି ଦ୍ରୁତଗତିରେ ଜଗନ୍ନାଥପ୍ରସାଦ ଆଡ଼କୁ ପଳାଉଥିଲା। ତେବେ କୌଣସି ସୂତ୍ରରୁ ଖବର ପାଇ ଜଗନ୍ନାଥପ୍ରସାଦ ପୋଲିସ ତତ୍ପରତା ପ୍ରକାଶ କରି ଉକ୍ତ ବୋଲେରୋ ଗାଡ଼ି ସହିତ ଡ୍ରାଇଭରଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବେଲଗୁଣ୍ଠା ଥାନା ପୋଲିସ ଖବର ପାଇ ତକ୍ଷଣାତ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ସମ୍ପୃକ୍ତ ଦୁର୍ଘଟଣାଗ୍ରସ୍ତ ବୋଲେରୋକୁ ଜବତ କରିବା ପାଇଁ ପଦକ୍ଷେପ ନିଆଯାଉଛି। ରିପୋର୍ଟ ଲେଖାହେଲା ବେଳକୁ ଗାଡ଼ିର ନମ୍ବର OD33AW4037ପୋଲିସର ଅଧିକ ତଦନ୍ତ ପରେ ଏ ସମ୍ପର୍ଣ୍ଣ ବିସ୍ତୃତ ତଥ୍ୟ ସାମ୍ନାକୁ ଆସିବ।

