ବୁଗୁଡ଼ା, ୩୧/୩(କୁମୁଦ ଚନ୍ଦ୍ର ବେହେରା)) ବୁଗୁଡ଼ା ବ୍ଲକ ଅନ୍ତର୍ଗତ ସଙ୍କୁରୁ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦକ୍ଷତା ବିକାଶ ଓ ପ୍ରଶିକ୍ଷଣ ଯୋଜନା ମାଧ୍ୟମରେ ବ୍ଲକ ସ୍ତରୀୟ ଉଦ୍ଯାନ କୃଷି କର୍ମଶାଳା ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇ ଯାଇଛି। ସଙ୍କୁରୁ ପଞ୍ଚାୟତର ସରପଞ୍ଚ ସୁଶାନ୍ତ କୁମାର ରାଉତଙ୍କ ପୌରହିତ୍ଯରେ ଅନୁଷ୍ଠିତ ଉକ୍ତ କର୍ମଶାଳାରେ ଅତ୍ମାର ଅଧ୍ୟକ୍ଷ ସନ୍ତୋଷ କୁମାର ସାହୁ, ବ୍ଲକ ସହକାରୀ ଉଦ୍ଯାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରା, ମତ୍ସ୍ଯ ବୈଷୟିକ ସହାୟକ ସନ୍ଦିପ ରଞ୍ଜନ ସେଠୀ, ବି ଟି ଏମ୍ ଅମରେନ୍ଦ୍ର ମହାପାତ୍ର, ଭି ଏ ଏସ୍ ଡାକ୍ତର ସାଈଶିବ ଶତପଥି ,ସମିତି ସଭ୍ଯ ବିଷ୍ଣୁପ୍ରସାଦ ପାଢୀ, ବିଧାୟକଙ୍କ ପ୍ରତିନିଧ ହରିକୃଷ୍ଣ ସାହୁ ଯୋଗ ଦେଇଥିଲେ। କର୍ମଶାଳାରେ ନିଜ ନିଜ ବିଭାଗୀୟ ଅଧିକାରୀ ମାନେ ଉଦ୍ଯାନ , କୃଷି, ମତ୍ସ୍ଯ ଓ ପଶୁସମ୍ପଦ ବିଭାଗ ସଂପର୍କିତ ବିଭିନ୍ନ ସରକାରୀ ଯୋଜନା ଓ ଏହାର ଉନ୍ନତମାନର ଚାଷ ପ୍ରଣାଳୀ ବିଷୟରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏହାର ଉପାଦେୟତା ସଂପର୍କରେ ତାଲିମ ପ୍ରଦାନ କରି ସେଗୁଡିକର ଫାଇଦା ହାସଲ କରିବାକୁ ଚାଷୀ ମାନଙ୍କୁ ସଚେତନ କରାଇ ଥିଲେ ।ଶେଷରେ ଉଦ୍ଯାନ ସଂପ୍ରସାରଣ କର୍ମଚାରୀ ରାଜେଶ କୁମାର ସେନାପତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କର୍ମଶାଳାରେ ଶତାଧିକ ଚାଷୀ ଉପସ୍ଥିତ ଥିଲେ।

