ଖଜୁରୀପଡ଼ା,୨୨।୯(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ମଙ୍ଗଳବାର ଶିକ୍ଷା ବିଭାଗ ତରଫରୁ ସେବା ସଂକଳ୍ପ କାର୍ଯ୍ୟକ୍ରମ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଶ୍ରୀମତୀ ଶିବାରାଣୀ ମଲିକଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ବ୍ଲକର ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଚିତ୍ରାଙ୍କନ ଏବଂ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ପ୍ରଥମ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତାରେ ମୋଟ ୭୦ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଖଜୁରୀପଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶୁଶ୍ରୀ ଅନିମା କହଁର ଯୋଗଦେଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଖଜୁରୀପଡ଼ା ଜୋନ ନଂ ୩ ଶ୍ରୀମତୀ ମମତ ମଲିକ , ଜୋନ ୪ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ , ବିଧାୟକ ପ୍ରତିନିଧି ଶ୍ରୀଯୁକ୍ତ ଅନନ୍ତ ଦିଗାଲ, ବିଧାୟକ ଶିକ୍ଷା ପ୍ରତିନିଧି ଶ୍ରୀଯୁକ୍ତ କେଦାର ଗୌରି ସାହୁ ଉପସ୍ଥିତ ରହିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବରେ ପରିଚାଳାନା ଦାୟିତ୍ୱରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ନାରସୁ କହଁର, ଶ୍ରୀଯୁକ୍ତ ବଂଶୀଧର ନନ୍ଦ ଏବ ଶ୍ରୀଯୁକ୍ତ ସୁରପ୍ରସାଦ ନାୟକ ରହିଥିବା ବେଳେ ସି.ଆର ସି.ସି. ଶ୍ରୀ ଅଶୋକ କୁମାର ମଲିକ, ଶ୍ରୀ ପ୍ରଦୀପ କୁମାର ମଲିକ, ଶ୍ରୀ ଅଜିତ କୁମାର ପ୍ରଧାନ, ଶ୍ରୀ ରତ୍ନାକର ଦିଗାଲ ,ଶ୍ରୀ ଜଗଦିଶ ପ୍ରଧାନ ଶ୍ରୀମତୀ ରଶ୍ମିବାଳା ପାଢ଼ି ,ଶ୍ରୀମତୀ ଜୟନ୍ତି ଦିଗାଲ ସମେତ ଶିକ୍ଷକ ଶ୍ରୀ ଦାଶରଥି ମଲିକ, ଶ୍ରୀ ରଘୁନାଥ କହଁର ,ଶ୍ରୀ ଅଶୋକ ପଟ୍ଟନାୟକ, ଶ୍ରୀ ପ୍ରଭାତ ପ୍ରଧାନ ଶିକ୍ଷୟତ୍ରୀ ପିଙ୍କିରାଣୀ ସାହୁ ରହିଥିଲେ । ଏଥି ସହିତ ଖଜୁରୀପଡ଼ା ସାମ୍ବାଦିକ ତଥା ସମାଜସେବୀ ଶ୍ରୀ ବିକାଶ କୁମାର ଦିଗାଲ କାର୍ଯ୍ୟ କ୍ରମରେ ଯୋଗଦାନ କରି ବିଭିନ୍ନ ପ୍ରକାର ସହଯୋଗରେ ସାମିଲ ହେବା ସହିତ ସେବା ସଂକଳ୍ପ କାର୍ଯକ୍ରମ ଅବସରରେ ଅନୁଷ୍ଠାନ ତରଫରୁ ତାଙ୍କୁ ସମ୍ମାନିତ କରାଯାଇ ଥିଲା ।

