ଫୁଲବାଣୀ,୧୨/୦୮(ସୁନୀଲ ପଟ୍ଟନାୟକ):ବୁଧବାର ଦଳପଡା ମଣ୍ଡଳ ସ୍ତରୀୟ ସମୂହ କ୍ରୀଡା ସଂଗଠନ -୨୦୨୬ର ପ୍ରସ୍ତୁତି ବୈଠକ ପଂଚାୟତ ଉଚ୍ଚ ବିଦ୍ୟାଳୟ, ଦଳପଡା ଠାରେ ଅନୁଷ୍ଠିତ ହୋଇଯାଇଛି, ଉକ୍ତ ବୈଠକରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା କ୍ରୀଡା କମିଟି ସଭାପତି ପୂର୍ଣ୍ଣ ଚନ୍ଦ୍ର ବାରିକଙ୍କ ସଭାପତିତ୍ୟୁରେ ସଭାକାର୍ଯ୍ୟ ପରିଚାଳନା କରାଯାଇଛି,ଉକ୍ତ ବୈଠକ ରେ ଦଳପଡା କ୍ରୀଡା ମଣ୍ଡଳ ଅଧିନସ୍ତ ଚାରୋଟି କ୍ଲଷ୍ଟର ଆର -ନୂଆଗାଁ ସି ଆର ସି ସି – ପ୍ରଦୀପ ମଲିକ,ଝାମ୍ପି ସି ଆର ସି ସି – ସୁଶାନ୍ତ ମଲିକ, ଭାଲିଆପଡା ସି ଆର ସି ସି – ଜଗଦୀଶ ପ୍ରଧାନ, ଖଜୁରୀପଡା ସଦର ସି ଆର ସି ସି – ଅଜିତ କୁମାର ପ୍ରଧାନ,ଖଜୁରୀପଡା ବ୍ଲକ କ୍ରୀଡା ଜୋନ ସମ୍ପାଦକ ତଥା ପୂର୍ବତନ ଜିଲ୍ଲା କ୍ରୀଡା ଶିକ୍ଷା ଅଦିକାରୀ ଶ୍ରୀଯୁକ୍ତ ରଙ୍କନିଧି ବେହେରା,କ୍ରୀଡା ଶିକ୍ଷକ ଇନ୍ଦ୍ରମଣି ନାୟକ, ଝାମ୍ପି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଗୋପୀନାଥ ପ୍ରଧାନ, ଦଳପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀ ଭିମସେନ କଁହର, ଓ ଜୋନ ଅଧିନସ୍ତ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଯୋଗଦେଇଥିଲେ, ଆଗାମୀ ଦଳପଡା ମଣ୍ଡଳ ସ୍ତରୀୟ ସମୂହ କ୍ରୀଡା ପ୍ରତିଯୋଗିତାର ସୁପରିଚାଳନା ନିମନ୍ତେ ଏକ କମିଟି ଗଠନ କରାଯିବା ସହିତ ଏଜେଣ୍ଡା ପ୍ରସ୍ତୁତି କରାଯାଇ କମିଟିର ଥିବା ସଭ୍ୟ ସଭ୍ୟା ମାନଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି,ଦଳପଡା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ରାଜ ନାରାୟଣ ଦାସ, ପ୍ରଦୀପ କୁମାର ପ୍ରଧାନ, ଉଦୟନାଥ ପ୍ରଧାନ, ଶ୍ରୀମତୀ ସସ୍ମିତା କାନୁନଗୋ, କର୍ମଚାରୀ ଅନନ୍ତ ଯାନୀ ଓ କିଶୋର କୁମାର ପ୍ରଧାନ ସହଯୋଗ କରିଥିଲେ, ଶେଷରେ ଦଳପଡା କ୍ରୀଡା ଜୋନ ସମ୍ପାଦକ ତଥା ଖେଳ ଶିକ୍ଷକ ସନ୍ତୋଷ କୁମାର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

