ଫୁଲବାଣୀ,୨୦।୦୮(ସୁନିଲ ପଟ୍ଟନାୟକ):ଫୁଲବାଣୀ ନିକଟ ରୁଜାଙ୍ଗୀ ଠାରେ ଏକ ମଦ୍ୟପ ଅଟୋ ରିକ୍ସା ଚାଳକ ର ବେପରୁଆ ଅଟୋ ଚାଳନା ଯୋଗୁଁ ପୋଲିସ ର ବୋଲେରୋ ତାକୁ ରକ୍ଷା କରିବା କୁ ଯାଇ ଭାରସାମ୍ୟ ହରାଇ ଗଛରେ ପିଟି ହେଇ ଯାଇଥିଲା l ଦୁର୍ଘଟଣା ରେ ସଦର ସବଇନସ୍ପେକ୍ତର ସମ୍ବିତ ବେହେରା , ଡ଼୍ରାଇଭର, କନେଷ୍ଟବଳ ପ୍ରମୁଖ ଆହତ ହେଇଥିବା ବେଳେ ଅଟୋ ଚାଳକ ମଧ୍ୟ ଆହତ ହେଇଥିବା ଜଣାପଡିଛି l ସୂଚନା ଯୋଗ୍ୟ ଯେ ସଦର ଥାନା ପୋଲିସ୍ କୌଣସି କାର୍ଯ୍ୟରେ ଫୁଲବାଣୀ ଆସି ଫେରୁଥିବା ବେଳେ ରୁଜlଙ୍ଗୀ ପେଟ୍ରୋଲ ପମ୍ପ ନିକଟ ରେ ବୋଲେରୋ ସହ ଅଟୋ ର ଧକା ହୋଇଥିଲା l ଅଟୋ ଚାଳକ ମଦ୍ୟ ପାନ କରି ଚଲl ଉ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି l ଅଟୋ ଚାଳକ ମଦ୍ୟ ପାନ କରିଥିବା ଡାକ୍ତରୀ ରିପୋର୍ଟ ରୁ ଜଣାପଡିଛି l ସମସ୍ତ ଆହାତ ମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନlରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଛି l ଏ ସଂପର୍କରେ ପୋଲିସ ମାମଲା ରୁଜୁ କରି ତଦନ୍ତ କରୁଛି l ମଦ୍ୟ ପାନ କରି ଗାଡି ନ ଚଳାଇବା କୁ କନ୍ଧମାଳ ଏସପି ସମସ୍ତ ଙ୍କୁ ସତର୍କ କରାଇ ଛନ୍ତି l

