ଫୁଲବାଣୀ:ଜନବାଣୀ,୨୫/୦୬(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୁଲ୍ୟରେ ଫୁଲବାଣୀ ମୁଳଗୁଦାରିସ୍ଥିତ ସାଧନ ଅନୁଷ୍ଠାନ ଠାରେ ଗୁରୁବାର ଜାତୀୟ ଆଇନ ସେବା ପ୍ରାଧିକରଣ ଯୋଜନା ଅନ୍ତର୍ଗତ ମାନସିକ ରୋଗୀ ଓ ବୌଦ୍ଧିକ ଅନଗ୍ରସର ବ୍ୟକ୍ତିଙ୍କୁ ଆଇନ ସହାୟତା ଉପଲକ୍ଷେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ରାମାକାନ୍ତ ମହାନ୍ତି, ଡି.ଏସ.ପି., ଫୁଲବାଣୀ ବିବେକାନନ୍ଦ ସ୍ବାଇଁ, ଜିଲ୍ଲା ଆଇନ ସେବା ସମ୍ମୁଖ କାର୍ଯ୍ୟାଳୟର ରିଟେନର ପୀତାମ୍ବର ସାହୁ, ସହକାରୀ ଲିଗାଲ ଏଡ ଡିଫେନ୍ସ କାଉନ୍ସେଲ ଶୁଭାଙ୍ଗୀ ହରିତସ୍ୟ, ପାରା ଲିଗାଲ ସ୍ଵେଚ୍ଛାସେବି, ସାଧନ ଅନୁଷ୍ଠାନର ସମ୍ପାଦକ ଓ ଅନ୍ତେବାସୀମାନେ ଯୋଗଦେଇଥିଲେ ।ମାନସିକ ରୋଗରେ ପୀଡ଼ିତ ଓ ବୌଦ୍ଧିକ ଅନଗ୍ରସର ବ୍ୟକ୍ତିମାନଙ୍କ ପାଇଁ ଉପଲବ୍ଧ ନିଶୁଳ୍କ ଆଇନ ସେବା, ସେମାନଙ୍କ ସାମ୍ବିଧାନିକ ଓ ଆଇନଗତ ଅଧିକାର, ତଥା ବିଭିନ୍ନ ସରକାରୀ ସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ। ସମାଜର ମୁଖ୍ୟ ସ୍ରୋତରେ ଏହି ବର୍ଗର ବ୍ୟକ୍ତିମାନଙ୍କୁ ସାମିଲ କରିବା ସହ ସେମାନଙ୍କୁ ଆଇନଗତ ସୁରକ୍ଷା ଯୋଗାଇବା ଜାତୀୟ ଆଇନ ସେବା ପ୍ରାଧିକରଣ ଯୋଜନାର ମୂଳ ଲକ୍ଷ୍ୟ ବୋଲି ବିସ୍ତୃତ ଆଲୋଚନା ହୋଇଥିଲା ।

