ରାୟଗଡ଼ାର ଫକୀର ମାଝୀ ଚମ୍ପିୟାନ:
କଳାହାଣ୍ଡି,ଭବାନୀପାଟଣା୧୦/୦୬,(କିଶନ ଶର୍ମା):ମାରୱାଡ଼ି ଯୁବା ମଞ୍ଚ ଜାଗୃତି ଶାଖା ସହାୟତାରେ ଆୟୋଜିତ ହୋଇଥିବା ପ୍ରତିଷ୍ଠିତ ଆନ୍ତର୍ଜାତୀୟ ଫିଡେ ରେଟିଂ ଚେସ୍ ଟୁର୍ଣ୍ଣାମେଣ୍ଟ (International FIDE Rating Chess Tournament) ସଫଳତାର ସହ ସମାପ୍ତ ହୋଇଯାଇଛି। ଲକ୍ଷ୍ମୀ ବିକାଶ ଇନଷ୍ଟିଚ୍ୟୁଟର ଆଡି ଟୋରୀୟମ ରେ ଚଳିତ ଜୁନ୍ ୩ ତାରିଖରୁ ଆରମ୍ଭ ହୋଇ ୭ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତର ବିଭିନ୍ନ ରାଜ୍ୟରୁ ଶତାଧିକ ମେଧାବୀ ଚେସ୍ ଖେଳାଳି ଯୋଗ ଦେଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ।ଉଦ୍ଯାପନୀ ସମାରୋହ ଓ ପୁରସ୍କାର ବିତରଣୀ ସମାରୋହରେ ଅନେକ ବିଶିଷ୍ଟ ବ୍ୟକ୍ତି ମଞ୍ଚାସୀନ ହୋଇଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡିର ଅତିରିକ୍ତ ଜିଲ୍ଲାପାଳ (ADM) ତନ୍ମୟ ଦର୍ୱାନ ଏବଂ ସଂସ୍କୃତି ଅଧିକାରୀ ବିବେକାନନ୍ଦ ମହାନନ୍ଦ ଯୋଗ ଦେଇଥିଲେ।ମଞ୍ଚରେ ଉପସ୍ଥିତ ଅନ୍ୟାନ୍ୟ ସମ୍ମାନିତ ଅତିଥି ଭାବେ ସୁଭାଷ ଅଗ୍ରୱାଲ (ସଭାପତି, ମାରୱାଡ଼ି ସମ୍ମେଳନ)ମନୀଷ ଶର୍ମା (ସଭାପତି, ଭବାନୀପାଟଣା ମାରୱାଡ଼ି ଯୁବା ମଞ୍ଚ)ରଶ୍ମି ଅଗ୍ରୱାଲ (ସଭାପତି, ଜାଗୃତି ଶାଖା)ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଓ ରୂପଚାନ୍ଦ ଅଗ୍ରୱାଲ (ଚେସ୍ ଆୟୋଜକ ସହଯୋଗୀ)ଯୁବରାଜ ନାଏକ (ପ୍ରବନ୍ଧ ନିର୍ଦ୍ଦେଶକ, ଲକ୍ଷ୍ମୀ ବିକାଶ ଇନ୍ଷ୍ଟିଚ୍ୟୁସନ)ଦେବବ୍ରତ ଭଟ୍ଟ,ଅଭିଷେକ ଆଚାର୍ଯ୍ୟ (ଆନ୍ତର୍ଜାତୀୟ ଆର୍ବିଟର/International Arbiter)ସୌରଭ ଗୁପ୍ତା,ଜାଗୃତି ସାହୁ ମଞ୍ଚାସିନ ହୋଇଥିଲେ ।ଉତ୍ସବର ପ୍ରାରମ୍ଭରେ ଆୟୋଜକ କମିଟି ପକ୍ଷରୁ ଉପସ୍ଥିତ ସମସ୍ତ ଅତିଥିମାନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା। କଡ଼ା ପ୍ରତିଦ୍ୱନ୍ଦ୍ୱିତାପୂର୍ଣ୍ଣ ଆନ୍ତର୍ଜାତୀୟ ଚେସ୍ ପ୍ରତିଯୋଗିତାରେ ରାୟଗଡ଼ା ଜିଲ୍ଲାର ପ୍ରତିଭାବାନ ଖେଳାଳି ଫକୀର ମାଝୀ ଶ୍ରେଷ୍ଠ ପ୍ରଦର୍ଶନ କରି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛନ୍ତି। ପ୍ରଥମ ସ୍ଥାନ (ଚମ୍ପିୟାନ): ଫକୀର ମାଝୀ (ରାୟଗଡ଼ା) ଦ୍ୱିତୀୟ ସ୍ଥାନ: ତପନ ବଡମୁଣ୍ଡି ତୃତୀୟ ସ୍ଥାନ: ଅହଞ୍ଜିତ୍ ବାନାର୍ଜୀ, ମନୀଷ ମିଶ୍ର ତଥା ୫୬ ଜଣଙ୍କୁ ଟ୍ରଫି ଦେବା ସହ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ଉଦ୍ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଓ ଅନ୍ୟାନ୍ୟ ଅତିଥିମାନଙ୍କ ଗହଣରେ ସମସ୍ତ କୃତୀ ବିଜେତାମାନଙ୍କୁ ଆକର୍ଷଣୀୟ ଟ୍ରଫି ସହ ନଗଦ ଅର୍ଥରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। ଏହି ସଫଳ ଆୟୋଜନ ପାଇଁ ଅଞ୍ଚଳର କ୍ରୀଡ଼ାପ୍ରେମୀମାନେ ମାରୱାଡ଼ି ଯୁବା ମଞ୍ଚ ଜାଗୃତି ଶାଖାକୁ ବେଶ୍ ପ୍ରଶଂସା କରିଛନ୍ତି। ମାରୱାଡ଼ି ଯୁବା ମଞ୍ଚ ଭବାନୀପାଟଣା ଜାଗୃତି ଶାଖା ର ଶ୍ଵେତା ଅଗ୍ରୱାଲ, ଶିଖା ଅଗ୍ରୱାଲ, ରାକ୍ଷୀ ଅଗ୍ରୱାଲ, ପ୍ରୀତି ଅଗ୍ରୱାଲ, ଜୟ ଶ୍ରୀ ଅଗ୍ରୱାଲ, ନମିତା ଅଗ୍ରୱାଲ, ରାକ୍ଷୀ ଶର୍ମା, ସୀମା ଅଗ୍ରୱାଲ, ନୀତା ଜୈନ, ପାୟଲ ଅଗ୍ରୱାଲ, ରୀତା ଅଗ୍ରୱାଲ, ଜ୍ୟୋତି ଅଗ୍ରୱାଲ, ସୋନି ଅଗ୍ରୱାଲ, ବଣ୍ଟି ଅଗ୍ରୱାଲ, ଗୁଞ୍ଜା ଶର୍ମା, ରିଙ୍କି ଅଗ୍ରୱାଲ, ଜାଗୃତି ଶାଖାର ସମସ୍ତ କର୍ମକର୍ତ୍ତା ସମସ୍ତେ ସହଯୋଗ କରିଥିଲେ।

