ପୋଲସରା,୫।୯(କୁମୁଦ ଚନ୍ଦ୍ର ବେହେରା):ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ପୋଲସରା ବ୍ଲକ ମନ୍ଦାର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ବିଶୋୟୀଙ୍କ ସହଧର୍ମିଣୀ ଝୁନୁ ବିଶୋୟୀ (୫୦) ଆକସ୍ମିକ ମୃତ୍ୟୁବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ହିଞ୍ଜିଳି। ସ୍ଥିତ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି।ସେହିପରି ହିଞ୍ଜିଳି ବ୍ଲକ ଅନ୍ତର୍ଗତ ଜେକ ଗ୍ରାମର ଉଦୟ ନାୟକଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ଖବର ପାଇ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଥିବା। ବେଳେ ଏହି ବ୍ଲକ ଅନ୍ତର୍ଗତ କରତୁଲୀ ଗ୍ରାମର ଧୋବା ଡାକୁଆଙ୍କ ମୃତ୍ୟୁ ଖବର ପାଇ ତୁରନ୍ତ ମୃତକଙ୍କ ପରିବାରବର୍ଗଙ୍କ ବାସଭବନରେ ପହଞ୍ଚି ସେମାନଙ୍କୁ ସମବେଦନା ଜଣାଇ ଥିଲେ ଏବଂ ଡେଙ୍ଗାବାଡି ଗ୍ରାମର ଯୋଗେନ୍ଦ୍ର ସେନାପତିଙ୍କ ଆକସ୍ମିକ ମୃତ୍ୟୁ ଖବର ପାଇ ଦୁଃଖ ସୁଖର ସାଥ୍ ପ୍ରାକ୍ତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନରେ ପହଞ୍ଚି ତାଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।ତାଙ୍କର ସଙ୍ଗରେ ବ୍ଲକ ଅଧ୍ୟକ୍ଷ ପ୍ରତିନିଧ୍ଵ କେ.ନୀଳମାଧବ ଆଚାରୀ, କବିରାଜ ଗୌଡ, ସୁଧାଂଶୁ ଶେଷର ପାଢୀ, ଜିତେନ୍ଦ୍ର କୁମାର ନାୟକ, ମନୋରଞ୍ଜନ ଦାଶ, ସୁବ୍ରତ ରାଉଳ ଦାସଙ୍କ ସମେତ ଶତାଧିକ କର୍ମକର୍ତ୍ତାଗଣ ଓ ସଂପୃକ୍ତ ଗ୍ରାମମାନଙ୍କର ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

