ପୁରୁଷୋତ୍ତମପୁର,୧୮।୯(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଳକ ଅନ୍ତର୍ଗତ ପାଣ୍ଡିଆ ପଞ୍ଚାୟତ ରେ ଅନୁଷ୍ଠିତ ଐତିହାସିକ ଗାଥା ବହନ କରୁଥିବା ଅଶୋକ ଙ୍କ 11ଗୋଟି ଅନୁଶାସନ ଲେଖାଥିବା ଯଉଗଡ଼ ଠାରେ ବିଜେପି ର ମହାନାୟକ ଯଶସ୍ବୀପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦିଙ୍କ ଏକମାସ ବ୍ୟାପି 76ତମ ଜନ୍ମଦିନ ପାଳନକରି ସମୂହ ଦୀପ ଦାନ କରିଥିଲେ | ଏହି ଅବସର ରେ କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ ଙ୍କ ଉପସ୍ଥିତି ରେ ତଥା ପାଣ୍ଡିଆ ସରପଞ୍ଚ ସବିତା ସେଠୀ,ପାଣ୍ଡିଆ ମିଶନ ଶକ୍ତି ସଭାପତି ମମତା ପ୍ରଧାନ ଆଛୁଲି ବିଜେପିଉ ମଣ୍ଡଳ ପ୍ରଭାରୀ ଲିରୁନ ଦାଶ ଓ କୈଳାଶ ସେଠୀ ଙ୍କ ସଂଯୋଜନା ରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଏହି କାର୍ଯ୍ୟକ୍ରମ ରେ ପ୍ରାୟ ଦୁଇ ରୁ ତିନିଶହ ମହିଳା ଏକତ୍ରିତ ହୋଈ ପ୍ରଧାନମନ୍ତ୍ରୀ ଙ୍କ ନିରୋଗୀ ଜୀବନ କାମନା କରି ଭାରତ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ 76 ତମ ଜୟନ୍ତୀ ରେ ଆଶ୍ରିବାଦ ଦୀପ ଜଳି ସେବା ସମର୍ପିତ ହେବା ପାଇଁ ସରକାରୀ ସ୍ତରରୁ ବେସରକାରୀ ସ୍ତରରେ ପାଳିତ ହେଉ ଥିବା ଯଉଗଡ଼ ଠାରେ ଏଜ ଭିନ୍ନ ରଙ୍ଗ ରେ ପାଳିତ ହୋଇଛି | ଏହି କାର୍ଯ୍ୟକ୍ରମ ରେ ବହୁ ଦକୀୟ ନେତା କର୍ମୀ ମାନେ ଯୋଗଦେଇ ଆଶ୍ରିବାଦ ଦୀପ ପ୍ରଜ୍ବଳନ କରି ମୋଦୀ ଙ୍କ ଦୀର୍ଘ ଶାସନ ଓ ନିରାମୟ ଜୀବନ କାମନା କରିଥିଲେ | ବିଧାୟକ ପ୍ରତାପ ନାୟକ କହିଥିଲେ ମୋଦିଙ୍କ ଗୁଜୁରାଟ ରେ 13 ବର୍ଷ ମୁଖ୍ୟମନ୍ତ୍ରୀ ଶାସନ ଓ ଭାରତ ର ପ୍ରଧାନ ମନ୍ତ୍ରୀ ଭାବେ 12 ବର୍ଷ ଶାସନ ର ବିଭିନ୍ନ ଜଣକଲ୍ୟାଣ କାରି ଯୋଜନା ସମ୍ପର୍କ ରେ ଆଲୋକ ପାତ କରିଥିଲେ |

