ହିଞ୍ଜିଳିକାଟୁ,୨୭/୮(କୃଷ୍ଣ ଚନ୍ଦ୍ର ସାମନ୍ତରାୟ):ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଭାଇ-ଭଉଣୀଙ୍କ ସ୍ନେହ, ମମତା, ଭଲପାଇବା ଓ ଆତ୍ମୀୟତାର ଅତୁଟ ବନ୍ଧନର ପ୍ରତୀକ ଏହି ପବିତ୍ର ପର୍ବକୁ ନେଇ ଶ୍ରୀ ଶ୍ରୀ ସ୍ବାମୀ ଚିଦାନନ୍ଦ ସରସ୍ୱତୀ ଶିଶୁ ମନ୍ଦିର ଉତ୍ସାହର ଆନନ୍ଦ ଉଲ୍ଲାସ ସହ ମହାଆଡମ୍ବରରେ ପାଳନ କରାଯାଇଛି।ଭାଇଙ୍କ ହାତରେ କେଉଁ ରାକ୍ଷୀଟି ଅଧିକ ସୁନ୍ଦର ଲାଗିବ, ତାହାକୁ ନେଇ ଭଉଣୀମାନେ ବିଭିନ୍ନ ଦୋକାନରେ । ରାକ୍ଷୀ ପୂର୍ଣ୍ଣିମା କେବଳ ଏକ ପର୍ବ ନୁହେଁ, ଏହା ଭାଇ-ଭଉଣୀଙ୍କ ଅତୁଟ ବନ୍ଧନ ମଧ୍ୟରେ ଥିବା ନିଃସ୍ୱାର୍ଥ ସ୍ନେହ ଓ ବିଶ୍ୱାସର ପ୍ରତୀକ। ଏହି ଦିନ ଭଉଣୀ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କ ସୁଖ, ସମୃଦ୍ଧି ଓ ଦୀର୍ଘାୟୁ କାମନା କରିଥାନ୍ତି। ପ୍ରତିବଦଳରେ ଭାଇ ମଧ୍ୟ ଭଉଣୀର ସୁଖ ଓ ସୁରକ୍ଷା ପାଇଁ ସଦା ତାଙ୍କ ସହ ରହିବାର ପ୍ରତିଶ୍ରୁତି ଦେଇଥାନ୍ତି। ବ୍ୟସ୍ତ ଜୀବନ ଭିତରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ପୁଣିଥରେ ନିକଟ କରିବାର ଏକ ସୁନ୍ଦର ଅବସର ଆଣିଥାଏ ରାକ୍ଷୀ ପୂର୍ଣ୍ଣିମା। ଦୂରରେ ରହୁଥିବା ଭାଇଙ୍କ ପାଖକୁ ଭଉଣୀ ଯାଇ ରାକ୍ଷୀ ବାନ୍ଧିବାକୁ ପ୍ରସ୍ତୁତ ହେଉଥିବା ବେଳେ, ଅନେକ ଭାଇ ମଧ୍ୟ ଏହି ଦିନଟିକୁ ଭଉଣୀଙ୍କ ସହ ଖୁସିରେ ପାଳନ କରିବାକୁ ଅପେକ୍ଷା କରିଛନ୍ତି। ସ୍ନେହର ଡୋରିରେ ଭାଇ-ଭଉଣୀଙ୍କ ସମ୍ପର୍କକୁ ବାନ୍ଧି ରଖୁଥିବା ଏହି ପବିତ୍ର ପର୍ବ ପ୍ରତି ବର୍ଷ ପରି , ଏହି ବର୍ଷ ଶିଶୁ ମନ୍ଦିର ଆଚାର୍ଯ୍ୟ ଓ ଆଚାର୍ଯ୍ୟା ସହ ସମସ୍ତ ଛାତ୍ର ଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ସାଫଲ୍ୟ ମଣ୍ଡିତ କରିଛନ୍ତି। ସ୍ନେହର ଏହି ପବିତ୍ର ବନ୍ଧନ ଭାଇ-ଭଉଣୀଙ୍କ ସମ୍ପର୍କକୁ ଆହୁରି ମଧୁର ଓ ମଜବୁତ କରୁ—ଏହା ହିଁ ରାକ୍ଷୀ ପୂର୍ଣ୍ଣିମାର ମୂଳ ବାର୍ତ୍ତା।

