ବେଗୁନିଆପଡ଼ା,୨୬।୯(ବାପୁନି ମାଲୁ):ଗଞ୍ଜାମ ଜିଲ୍ଲା କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧୀନ କୋଦଳା-ଖଲିକୋଟ ମୁଖ୍ୟ ରାସ୍ତାରେ ବିପଦ ସଂକୁଳ ଅବସ୍ଥାରେ ରହିଛି ଏକ ବଡ଼ ଗଛ। ବାଲିଢ଼ାବା ନିକଟରେ ରାସ୍ତା କଡ଼ରେ ଥିବା ଏହି ଗଛଟି ଯେକୌଣସି ସମୟରେ ଭାଙ୍ଗି ପଡ଼ି ଅଘଟଣ ଘଟାଇବାର ଆଶଙ୍କା ରହିଛି। ଏହି ରାସ୍ତାରେ ପ୍ରତିଦିନ ବହୁ ସଂଖ୍ୟାରେ ଯାନବାହନ ଓ ଲୋକଙ୍କ ଯାତାୟାତ ହେଉଥିବାରୁ ଗଛଟିକୁ ନେଇ ଚିନ୍ତା ବଢ଼ିଛି। ଅଘଟଣ ଘଟିବା ପୂର୍ବରୁ ପ୍ରଶାସନ ତୁରନ୍ତ ଘଟଣାସ୍ଥଳ ଅନୁଧ୍ୟାନ କରି ବିପଦ ସଂକୁଳ ଗଛଟିକୁ ହଟାଇବାକୁ ଦାବି ହୋଇଛି ।

