ଫୁଲବାଣୀ,୨୯/୦୮(ସୁନିଲ ପଟ୍ଟନାୟକ):କନ୍ଧମାଳ ଜିଲ୍ଲା ଫୁଲବାଣୀ ରୋଟାରୀ କ୍ଳବ ପକ୍ଷରୁ ନାରାୟଣୀ ରୋଡ ସ୍ଥିତ ରୋଟାରୀ କାର୍ଯ୍ୟାଳୟ ଠାରେ ବନ୍ଧୁତାର ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ବରିଷ୍ଠ ଆଇନଜୀବୀ ରୋଟାରୀ କ୍ଲବ ସଭାପତି ବିଜୟ କୃଷ୍ଣ ପଟ୍ଟନାୟକ ଅଧକ୍ଷତା କରିଥିଲେ l ମୁଖ୍ୟ ଅତିଥି ଭାବେ ଫୁଲବାଣୀ ର ସମନ୍ଵିତ ଆଦିବାସୀ ଉନ୍ନୟନ୍ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଯୁଧିଷ୍ଠିର ମେହେର ଯୋଗ ଦେଇ ଆଜି କାଲି ର ବ୍ୟସ୍ତ ବହୁଳ ଦୁନିଆରେ ବନ୍ଧୁତ୍ୱ ର ସଂପର୍କ କମି ଯାଉଥିବା ଦେଖିବା କୁ ମିଳୁଛି, ଏଣୁ ବନ୍ଧୁତ୍ବ କୁ ଅତୁଟ ରଖିବା ସହ ଅଧିକସଂଖ୍ୟାରେ ଭଲ ବନ୍ଧୁ ସୃଷ୍ଟି କରିବା ଆବଶ୍ୟକତା ରହିଛି ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ରୋ ଟାରୀ କ୍ଲବ ସମ୍ପାଦକ ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ନାରାୟଣ ସାହୁ, ବରିଷ୍ଠ ରୋଟା ରିଆନ ସର୍ବେଶ୍ଵର ମିଶ୍ର, ପ୍ରମୁଖ ବନ୍ଧୁତ୍ୱ ର ବନ୍ଧନ ସଂପର୍କରେ ଆଲୋଚନା କରିଥିଲେ l ସହ ସମ୍ପାଦକ ସଂଜିତ ପାତ୍ର ଧନ୍ୟ ବାଦ ଦେଇଥିଲେ l ଏହି ଅବସରରେ ବରିଷ୍ଠ ରୋଟl ରିଆନ୍ ବିପ୍ର ଚରଣ ପାତ୍ର, ରବୀ ନାରାୟଣ ସୁବୁଦ୍ଧି, କେ ଜ୍ଞାନ ଦୋରା, ପଦ୍ମ ଚରଣ ସ୍ବାଇଁ, ବିରଜା ନାହାକ, ପ୍ରକାଶ ପଣ୍ଡା, ହରିଶ୍ଚନ୍ଦ୍ର ମହାରଣା, ପାୱନ ଅଗ୍ରୱାଲ, ନୀଳ ମାଧବ ମିଶ୍ର, ୟୁ ବାଲାଜୀ ପାତ୍ର, ସୁଧାଂଶୁ ସେନାପତି, ତାପସ ପାତ୍ର, ଡି ଅରୁଣା, ଅନିତା ପଟନାୟକ, ଗୀତାଞ୍ଜଳି ନାହାକ, ଉର୍ମିଳା ପଣ୍ଡା, ବାବୁଲା ସାହୁ, ରମେଶ ଚନ୍ଦ୍ର ସାହୁ ଉପେନ୍ଦ୍ର ମହାପାତ୍ର, ସୋନ୍ତଶ ପଣ୍ଡା, ରୂପକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋ ଚନା ରେ ଅଂଶ ଗ୍ରହଣ କରିଥିଲେ l

