ଖଜୁରୀପଡ଼ା:୭।୮(ମନୋଜ କୁମାର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ଆରାପାଜୁ ଗ୍ରା.ପ ପେନାବାଲି ବିରପ୍ରତାପ ଯୁବକ ସଂଘ ପକ୍ଷରୁ ମହା ଆଡମ୍ବରରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳନ ହୋଇଯାଇଛି। ପତିଆମ୍ୱା, ଜାମୁଝରୀ, ଗାରାଡ଼ାପାଜୁ ଆଦି ସଂକୀର୍ତ୍ତନ ମଣ୍ଡଳୀ ବହୁ ଦୂର ଦୂରାନ୍ତର ଆସି ସମାଗମ ହୋଇଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମ ରେ ପରମ୍ପରା ନୀତି ଅନୁଯାୟୀ ଠାକୁର ପୂଜା ନାମ ସଂକୀର୍ତ୍ତନ ସହ ନଗର ପରିକ୍ରମା କରିଥିଲେ। କମିଟିପକ୍ଷରୁ ଭକ୍ତ ମାନଙ୍କ ପାଇଁ ଅର୍ଣ୍ଣ ବ୍ୟବସ୍ତା ହୋଇଥିଲା। କାର୍ଯ୍ଯକ୍ରମ ରେ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଅନିମା କହଁର, ବିଜେପି ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କହଁର, ବିଧାୟକ ପ୍ରତିନିଧି ଅନନ୍ତ କୁମାର ଦିଗାଲ, ଯୁବ ମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର , ଶ୍ରୀ ପ୍ରଶାନ୍ତ ମେରା ଯୁବ ଭାରତ , ସତ୍ୟବାନ ଦଳ ବେହେରା, ଜୟ ଚନ୍ଦ୍ର ଦେହୁରୀ ପ୍ରମୁଖ ଯୋଗଦେଇଥିଲେ। ଅତିଥି ମାନଙ୍କୁ ଉପଢୌକନ ସହ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରମେଶ କହଁର ଅତିଥି ପରିଚୟ କରିବା ସହ ସଭା ପରିଚାଳନା କରିଥିଲେ। ଗୋଲକ ପ୍ରଧାନ, ସକ୍ତିଧର ଦେହୁରୀ, କହ୍ନେଇ ପ୍ରଧାନ, ମଇଯିନି ପ୍ରଧାନ, ଯୋତୀଶ୍ମିତା, ଶୁଭଶ୍ରୀ, କୁନ୍ତୀ ଏବଂ ସମସ୍ତ ଗ୍ରାମବାସୀ ଉପସ୍ଥିତ ରହି ସହଯୋଗ କରିଥିଲେ।

