ଫୁଲବାଣୀ,୨୯।୦୮(ସୁନୀଲ ପଟ୍ଟନାୟକ):କାହାର କେତେବେଳେ କିଭଳି ଭାବରେ ମୃତ୍ୟୁ ଆସିବ କହିବା ମୁସ୍କିଲ l ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ନୂଆ ପଦର ଅଞ୍ଚଳରେ l ନିକଟସ୍ତ ଲତ ପଙ୍ଗିଆ ଗ୍ରମର ବିପିନ କହଁର ନାମକ ଜଣେ ବ୍ୟକ୍ତି କାମ ସାରୀ ନିଜ ଘରକୁ ବାଇକ ରେ ଯିବା ବେଳେଦିର୍ଘ୍ ବର୍ଷ ହେଲା ରାସ୍ତା କଡ଼ରେ ଥିବା ଏକ ଶୁଖିଲା ପଣସ ଗଛ ହଟା ତ ଉପୁଡ଼ି ପଡ଼ିବା ଫଳରେ ବାଇକ ଉପରେ ପଡିବl ଫଳରେ ବାଇକ ଆରୋହୀ ବିପିନ କହଁର ବାଇକ ସହ ତଳେ ପଡି ଗୁରୁତର ଆହତ ହୋଇଥିଲେ l ଗ୍ରାମବାସୀ ଙ୍କ ସହାୟତାରେ ଉଦ୍ଧାର କରି ଆହାତ ବିପିନ କୁ ସ୍ଥାନୀୟ ମେଡିକାଲ୍ ରେ ଚିକିତ୍ସା ପାଇଁ ଭର୍ତ୍ତି କରଯାଇଥିଲା l ତେବେ ଚିକିତ୍ସିତ ଅବସ୍ଥାରେ ବିପିନ କହଁର ଙ୍କ ମୃତ୍ୟୁ ହୋଇଥଲା l ରାସ୍ତା କଡରେ ଥିବା ଶୁଖିଲା ଗଛ ସବୁ କାଟିବା ପାଇଁ ବନ ବିଭାଗ କର୍ମଚାରୀ ଙ୍କୁ ଜଣାଇଥିଲେ ମଧ୍ୟ ବନ ବିଭାଗ ପକ୍ଷରୁ ସେଭଳି କୌଣସି ପଦକ୍ଷେପ ନ ନେବା ଫଳରେ ଏଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଇଛି l ଏଣୁ ରାସ୍ତା କଡରେ ଥିବା ସମସ୍ତ ଶୁଖିଲା ଗଛ ସବୁ ଚିହ୍ନଟ କରି ସେ ସବୁକୁ କାଟି ସଫା କରିବା ପାଇଁ ଦାବୀ ହେଉଛି l

