କଳାହାଣ୍ଡି,ଭବାନୀପାଟଣା ୨୭/୦୩: (ରୁପେନ୍ଦ୍ର ସୁନାନୀ): କଳାହାଣ୍ଡି ଜିଲ୍ଲା, ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ ଶ୍ରୀରାମ ନବମୀ ପାଳନ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୌତୁହଳ ପୋଷାକ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ ପ୍ରଭୁ ରାମଚନ୍ଦ୍ରଙ୍କ ନୀତି ଆଦର୍ଶ ସମସ୍ତ ଛାତ୍ରଛାତ୍ରୀ ଜୀବନରେ ପାଳନ କରିବା ସହ ରାଷ୍ଟ୍ରଗଠନରେ ନିୟୋଜିତ ରହିବାକୁ ସ୍କୁଲର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ ।

ଏହି ଶ୍ରୀରାମ ନବମୀ ପାଳନ ଅବସରରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅବିଭାବକ ଉପସ୍ଥିତ ରହିଥିବା ବେଳେ ସ୍କୁଲର ଶିକ୍ଷୟିତ୍ରୀ ସରିତା ବାଗେଲ, ସମୀକ୍ଷ୍ୟାରାଣୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

