ବ୍ରହ୍ମପୁର,୬।୮(ନିଗମାନନ୍ଦ ପଣ୍ଡା):ଗାନ୍ଧୀ ନଗର ପଞ୍ଚମ ଗଳି ସ୍ଥିତ ଶ୍ରୀ ସରସ୍ୱତୀ ବିଦ୍ୟାମନ୍ଦିରରେ ଗୁରୁ ଦିବସ ଉତ୍ସବ ପାଳିତ ହୋଇଛି। ବିଦ୍ୟାମନ୍ଦିରର ପ୍ରଧାନଚାର୍ଯ୍ୟ ସନ୍ଧ୍ୟାରାଣୀ ଦେବୀ ଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେଅବସର ପ୍ରାପ୍ତ ଶିକ୍ଷକ, ନାଟ୍ୟ ନିର୍ଦ୍ଧେଶକ, ସଂଗୀତ ନିର୍ଦ୍ଧେଶକ ଶ୍ରୀ ପ୍ରକାଶ ଚନ୍ଦ୍ର ଶତପଥି ଯୋଗ ଦେଇଥିଲେ। ଏଥିରେ ବିଦ୍ୟାମନ୍ଦିର ଗୁରୁମା ସୁନିତା ଆଚାର୍ଯ୍ୟ, ସୁଜ୍ଞ୍ୟାନି କୁମାରୀ ପାଢ଼ୀ ଉପସ୍ଥିତ ଥିଲେ।ମୁଖ୍ୟ ଅତିଥି ଶ୍ରୀ ଶତପଥୀ ଗୁରୁ ଶିଶ୍ୟ ର ସମ୍ପର୍କ ଓ ଆଜିର ଶିକ୍ଷା ନୀତି ଉପରେ କହି ଶିଶୁ ମାନେ ଭବିଷ୍ୟତ ରେ ଭଲ ପାଠ ପଢ଼ି ଉତ୍ତମ ନାଗରିକ ଏବଂ ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ। ବିଦ୍ୟାମନ୍ଦିର ସମସ୍ତ ଆଚାର୍ଯ୍ୟ ଓ ଆଚର୍ଯ୍ୟା ସହଯୋଗ କରିଥିଲେ।

