ନୂଆପଡ଼ା,୫।୮(ପରମେଶ୍ୱର ମେହେର):ସିନାପାଲି ବ୍ଲକ୍ ସଦର ଗ୍ରାମ ଅଞ୍ଚଳରେ ଉଇହୁଙ୍କା ଛତୁ ଚାହିଦା ସହ ଏହାର ଦର ବୃଦ୍ଧିକୁ ନେଇ ବଜାରରେ ଚର୍ଚ୍ଚା ଜୋର ଧରିଛି। ବର୍ତ୍ତମାନ ବଜାରରେ ଉଇହୁଙ୍କା ଛତୁ ଦର ପ୍ରାୟ ୪୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚିଥିବା ଜଣାପଡ଼ିଛି।ଉଇହୁଙ୍କା ଛତୁ କିଣିବା ପାଇଁ ବଜାରକୁ ଆସୁଥିବା ଗ୍ରାହକମାନେ ବର୍ଦ୍ଧିତ ଦର ଦେଖି ଅସନ୍ତୋଷ ପ୍ରକାଶ କରୁଥିବା ବେଳେ, ବ୍ୟବସାୟୀମାନେ ମଧ୍ୟ ବଜାରରେ ଯୋଗାଣ ଓ ଚାହିଦା ଅନୁଯାୟୀ ଦର ନିର୍ଦ୍ଧାରଣ ହେଉଥିବା କହୁଛନ୍ତି।ଅନ୍ୟପକ୍ଷରେ, ଉଇହୁଙ୍କା ଛତୁ ଦର ହଠାତ୍ ବୃଦ୍ଧି ପାଇବାର ପ୍ରକୃତ କାରଣ କ’ଣ, ଏହା ପଛରେ ଯୋଗାଣର ଅଭାବ ନା ଅଧିକ ଚାହିଦା ରହିଛି, ସେନେଇ ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି। ଆଗାମୀ ଦିନରେ ଏହାର ଦର କମିବ କିମ୍ବା ଆହୁରି ବୃଦ୍ଧି ପାଇବ, ତାହା ଉପରେ ମଧ୍ୟ ଗ୍ରାହକଙ୍କ ନଜର ରହିଛି।ବଜାରରେ ଦରବୃଦ୍ଧିକୁ ନେଇ ଗ୍ରାହକ ଓ ବ୍ୟବସାୟୀଙ୍କ ମଧ୍ୟରେ ଚର୍ଚ୍ଚା ଚାଲିଥିବା ବେଳେ, ଉଇହୁଙ୍କା ଛତୁ ବର୍ତ୍ତମାନର ଦର ସାଧାରଣ ଗ୍ରାହକଙ୍କ ପକେଟ୍ ଉପରେ କେତେ ପ୍ରଭାବ ପକାଉଛି, ତାହା ମଧ୍ୟ ଆଲୋଚନାର ବିଷୟ ପାଲଟିଛି।

