ଫୁଲବାଣୀ,୩/୦୬,(ସୁନୀଲ ପଟ୍ଟନାୟକ):କଂଧମାଳ ପୋଲିସ କୁ ମିଳିଛି ବଡ ସଫଳତା l ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ବିଭିନ୍ନ ଥାନା ପୋଲିସ ଚଢାଉ କରି(୨୭ମେ ରୁ ୩ଜୁନ୍ ଯାଏ)ଏକ ସପ୍ତାହ ମଧ୍ୟରେ ୧୮୦୯କିଲୋ ଗଞ୍ଜେଇ ଜବତ କରିବା ସହ ୪ଜଣ ଙ୍କୁ ଗିରଫକରିବାରେ ସଫଳ ହୋଇଛି l ଏଥି ସହ ଏକ ୧୪ଚକିଆ ଟ୍ରକ୍ ସମେତ ୪ଟି କାର ଜବତ କରିଥିବା କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ କହିଛନ୍ତି l ଫିରିଙ୍ଗିଆ ପୋଲିସ ମେ ୨୮ତାରିଖ ରେ ଚଢାଉ କରି ୨୧କେଜି ୨୦୦ଗ୍ରାମ ଗଞ୍ଜେଇ ସହ ଏକ କାର ଜବତ କରିଛି l ଏଥି ସହ ବିହାର ର ରଜନିଶ କୁମାର ସିଂହ ( ୨୮) କୁ ଗିରଫ କରିଛି l ପୋଲିସ ୧୧୦/୨୬ରେ ମାମଲା ରୁଜୁ କରିଛି l ସେହିପରି ଫିରିଙ୍ଗିଆ ପୋଲିସ ୩୦ତାରିଖ ରେ ଏକ ପିକ ଅ ପ ଭ୍ୟାନ୍ ସହ ୧୬୬କେଜି ୨୦୦ଗ୍ରାମ ଗଞ୍ଜେଇ ଜବତ କରିଛି l ଏଥିରେ ସଂମ୍ପୃକ୍ତ ଅନୁଗୁଳ ଅଞ୍ଚଳ ର ସୁଜିତ ଦେହୁରୀ ୩୪କୁ ଗିରଫ କରିଛି l ଫିରିଙ୍ଗିଆ ପୋଲିସ ୧୧୨/୨୬ରେ ମାମଲା ରୁଜୁ କରି ତଦନ୍ତ କରୁଛି l ଜୁନ ୧ରେ ସଦର ଥାନା ପୋଲିସ ଚଢାଉ କରି ଏକ ଟାଟା ମେଜିକ ଗାଡ଼ି ସହ ୮୦କେଜି ୮୦୦ଗ୍ରାମ ଗଞ୍ଜେଇ ଜବତ କରିଛି l ପୋଲିସ ବାପିନା କହଁର ନାମକ ସ୍ଥାନୀୟ ଯୁବକ କୁ ଗିରଫ କରିଛି l ସଦର ଥାନା ପୋଲିସ ୧୧୨/୨୬ରେ ମାମଲା ରୁଜୁ କରି ତଦନ୍ତ କରୁଛି l ସେହିପରି କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡ଼ା ଥାନା ପୋଲିସ ଚଢାଉ କରି ଏକ ସ୍ଵିଫ୍ଟ କାର ଜବତ କରିବା ସହ ୭୦କେଜି ଜବତ କରିଛି l ଏ ନେ ବାଲିଗୁଡ଼ା ପୋଲିସ ୧୩୬/୨୬ରେ ମାମଲା ରୁଜୁ କରି ତଦନ୍ତ କରୁଛି l ଏ ସଂପର୍କରେ କାହାରିକୁ ଗିରଫ କରି ପାରିନି ପୋଲିସ l ଗୋ ଚ୍ଛା ପଡା ପୋଲିସ ଚଢାଉ କରି ଏକ ୧୪ଚକିଆ ଟାଟା ଟ୍ରକ ସହ୍ ୧୪୭୦କେଜି ୮୦୦ଗ୍ରାମ ଗଞ୍ଜେଇ ଜବତ କରିବା ସହ ମଧ୍ଯ ପ୍ରଦେଶ ର ଯୋଗେଶ ମୀନା ନାମକ ୪୨ବର୍ଷ ଗିରଫ କରିଛି l ଗୋଛାପଡା ପୋଲିସ ଏ ନେଇ ୯୦/୨୬ରେ ମାମଲା ରୁଜୁ କରିଛି l ସପ୍ତାହକ ମଧ୍ୟରେ ପୋଲିସ ବିଭିନ୍ନ ଅଞ୍ଚଳ ରୁ ଜବତ କରିଥିବା ୧୮୦୯କେଜି ଗଞ୍ଜେଇ ର ଆନୁମାନିକ ମୂଲ୍ୟ ଏକ କୋଟି ୮୦ଲକ୍ଷ ଟଂକା ହେବ ବୋଲି ପୋଲିସ କହିଛି l ଆଗକୁ ନିୟମିତ ଚଢାଉ ଜାରୀ ରହିବ ବୋଲି କନ୍ଧ ମାଳ ଏସପି ରମେନ୍ଦ୍ର ପ୍ରସାଦ କହି ଛନ୍ତି l

