ଫୁଲବାଣୀ,୦୮/୦୬,(ସୁନୀଲ ପଟ୍ଟନାୟକ):ପ୍ରତିବର୍ଷ ପରି ଏ ବର୍ଷ ମଧ୍ଯ ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ରେ କ୍ରୀଡ଼ା ବିଭାଗ ପକ୍ଷରୁ ଜୁନ ୧ ରୁ ୭ଯାଏ ଏକ ସପ୍ତାହ ବ୍ୟାପୀ ବ୍ୟାଡମିଣ୍ଟନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା l ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ସହରାଞ୍ଚଳ ବିକlଶ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ଓ ସମ୍ମାନୀତ ଅତିଥି ଭାବେ ଜିଲା କ୍ରୀଡ଼ା ଅଧିକାରୀ ସମୀର କୁମାର ନାୟକ ଯୋଗ ଦେଇ କ୍ରିଡ଼ା ହିଁ ଏକ ମାତ୍ର ମାଧ୍ୟମ ଯାହାକି ସ୍ଵାସ୍ଥ୍ୟ ଭଲ ରହିବା ସହ ପରସ୍ପର ମଧ୍ୟରେ ଭାତୃତ୍ବ ଭାବ ସୃଷ୍ଟି କରିଥାଏ ବୋଲି କହିଥିଲେ l ସିଙ୍ଗଲ ବିଜେତା ଭାବେ ଅଭିଜିତ କହଁର, ଦିବ୍ୟଜିତ ମହାନ୍ତି, ବିଜୟୀ ହୋଇ ଥିବା ବେଳେ, ଡବଲସ ରେ ଦିବ୍ୟଜିତ ଓ ପାର୍ଟନର, ସାଇ କ୍ରୀଷ୍ଣା ଓ ପାର୍ଟନର ପ୍ରମୁଖ ବିଜୟୀ ହୋଇ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ବ୍ୟାଡମିଣ୍ଟନ କୋଚ ଅସୀମ କୁମାର ନାୟକ, ଅବସର ପ୍ରାପ୍ତ ଅଫିସର ଦେବେନ୍ଦ୍ର ନାଥ ପାତ୍ର, ପ୍ରଶାନ୍ତ କୁମାର ବେହେରା, ଦେବୀ ଦତ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

